Categories: ଜାତୀୟ

ରିପୋର୍ଟରେ ବଡ଼ ଖୁଲାସା, ‘କୋଭାକ୍ସିନ’ ରେ ବି ଦେଖାଯାଉଛି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସମୟରେ ଦେଶବାସୀ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ନେଇଛନ୍ତି। କିନ୍ତୁ, ଧୀରେ ଧୀରେ ବର୍ତ୍ତମାନ ଏହି ଦୁଇଟି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କିଛିଦିନ ପୂର୍ବରୁ କୋଭିଶିଲ୍ଡକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଥିଲା। ଯେଉଁଥିରେ ଏହି ଟିକା ନେଇଥିବା କିଛିଜଣଙ୍କ ମଧ୍ୟରେ ବ୍ଲଡକ୍ଲଟିଙ୍କ ପରି ସମସ୍ୟା ଦେଖାଯାଇଥିଲା। ଯାହାପରେ ଏହାକୁ ପ୍ରସ୍ତୁତ କରିଥିବା ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନିକା ଏହି ଟିକାକୁ ଫେରାଇ ନେଇଥିଲା।

କୋର୍ଟରେ କମ୍ପାନୀ ସ୍ବୀକାର କରିଥିଲା ଯେ, ଏହି ଟିକା ଦ୍ୱାରା କିଛି ଲୋକଙ୍କଠାରେ ଗୁରୁତର ରୋଗ ସୃଷ୍ଟି ହୋଇପାରେ। ସେହିଭଳି ଆମ ଦେଶରେ ଭାରତ ବାୟୋଟେକ କମ୍ପାନୀ ଦ୍ୱାରା ବିକଶିତ ଟିକା ‘କୋଭାକ୍ସିନ’ର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦାବି କରାଯାଇଛି ଯେ, ଏହି ଟିକା ନେବାର ପ୍ରାୟ ଏକ ବର୍ଷ ମଧ୍ୟରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବହୁଜଣଙ୍କ ଠାରେ ଦେଖାଯାଇଛି। ବିଶେଷ କରି ଏଥିରେ କିଶୋରୀମାନେ ଅଧିକ ପ୍ରଭାବିତ ହେଉଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଏକ ‘ ଅବଜରଭେଶନ ଷ୍ଟଡି’ କରାଯାଇଥିଲା। ଏଥିରେ, ଟିକା ନେଇଥିବା ଏକ ତୃତୀୟାଂଶଲୋକଙ୍କ ମଧ୍ୟରେ ‘ବିଶେଷ ପ୍ରତିକୂଳ ପ୍ରଭାବ’ ଅର୍ଥାତ AESI ଦେଖିବାକୁ ମିଳିଥିଲା । ଏହି ଅନୁସନ୍ଧାନ ରିପୋର୍ଟ ସ୍ପ୍ରିଞ୍ଜର ଲିଙ୍କ (SpringerLink) ପତ୍ରିକାରେ ପ୍ରକାଶ ପାଇଛି।

Share