ସୁଭଦ୍ରା ଟଙ୍କା ସହ ମିଳିବ ବଡ଼ ପୁରସ୍କାର, ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୩୦।୯: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଏଣିକି ସୁଭଦ୍ରା ଆବେଦନକାରୀଙ୍କୁ ଟଙ୍କା ସହ ପୁରସ୍କାର ମଧ୍ୟ ମିଳିବ। ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ରବିବାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିବେ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ସେପ୍ଟେମ୍ବର ୭ ତାରିଖ ଯାଏ ଆବେଦନ କରିଥିବା ମହିଳା ୯ରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନାରେ ପ୍ରଥମ ହିତାଧିକାରୀ ଓ କୋଟିଏ ନମ୍ବରରେ ଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ।

ତେବେ ଆଜି ଏକ ବଡ଼ ସୂଚନା ଦେଇ ପ୍ରଭାତୀ କହିଛନ୍ତି, ସୁଭଦ୍ରା ଆବେଦନକାରୀଙ୍କୁ ପୁରସ୍କାର ମିଳିବ। କେବଳ ଏକ ଓ ଏକ କୋଟି ନମ୍ବରରେ ଥିବା ମହିଳାଙ୍କୁ ପୁରସ୍କାର ମିଳିବ।
୯ ତାରିଖରେ ୪୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ସୁଭଦ୍ରା ଯୋଜନାରେ ପ୍ରଥମ ହିତାଧିକାରୀ ଓ କୋଟିଏ ନମ୍ବରରେ ଥିବା ମହିଳାଙ୍କୁ ବାରିପଦାରେ ଆୟୋଜିତ ସଭାରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ।

ପ୍ରାୟ ୪୦ ଲକ୍ଷ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ବର୍ତ୍ତମାନ ସୁଦ୍ଧା ୯୭ ଲକ୍ଷ ମହିଳା ‘ସୁଭଦ୍ରା’ ପାଇଁ ଆବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି। ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ। ଆବେଦନ ପରେ ଅଯୋଗ୍ୟ ହିତାଧିକାରୀ ଯାଞ୍ଚ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

ସୂଚନାଯୋଗ୍ୟ, ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ସାଇବର କାଫେରେ OSSSC ପରୀକ୍ଷା !

ଭୁବନେଶ୍ୱର,୩୦।୯: ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା...

ଶ୍ୱଶୁର ଘରକୁ ଆସି ଗାଧୋଇ ଯାଇଥିଲେ: କେନାଲରେ ଭାସି ପାଇପ୍‌ରେ ଫସିଲେ

କଣ୍ଟାବାଞ୍ଜି/ମୁରିବାହାଲ,୩୦।୧୦: ବଳାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଧୀନ ଅଏଁଲଭଟ୍ଟା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘର ଗାଁକୁ ଜ୍ୱାଇଁ ଆସି ସ୍ଥାନୀୟ...

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ବାଇକ୍: ନିଆଁରେ ଜଳି ଦୁଇ ମୃତ, ଅନ୍ୟଜଣେ ଆହତ

କୁଆଁରମୁଣ୍ଡା,୩୦/୦୯(ମହେନ୍ଦ୍ର କୁମାର ସାହୁ): ସୋମବାର ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବୋଗା ରୋଡ କୁଡ଼ପାନିଟୋଲି ବୁଲାଣି ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ:  ବାପାଙ୍କ ଠାରୁ ପୁଅ ଭିନେ ହୋଇଥିଲେ…

ଭିନେଭୁବନେଶ୍ୱର,୩୦।୯: ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ  ନାୟକ  ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ  ବଡ଼ ବୟାନ  ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାପାଙ୍କ ଠାରୁ ପୁଅ...

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ: ଶଙ୍ଖଭବନରେ ୨ ଗୋଷ୍ଠୀ ମୁହାଁମୁହିଁ, ବବି ବୁଝାଇ କହିଲେ….

ଭୁବନେଶ୍ୱର,୩୦।୯: ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ। ଗୋଷ୍ଠୀ କନ୍ଦଳ ପରେ ଶଙ୍ଖଭବନରେ ପହଞ୍ଚିଛନ୍ତି ଉଭୟ ଗୋଷ୍ଠୀ । ଭଦ୍ରକ ଜିଲା ସମୀକ୍ଷା...

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ, ଉପମୁଖ୍ୟମନ୍ତ୍ରୀ କହିଲେ, ବଦନାମ ହେଲୁଣୁ…

ଭୁବନେଶ୍ୱର,୩୦।୯: ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି...

ବଦଳିଲେ ଟୁଇନ ସିଟି କମିଶନର , ନୂତନ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂ

ଭୁବନେଶ୍ୱର,୩୦।୯: ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ ସିଟି କମିଶନର । ୧୯୯୮ ବ୍ୟାଚ ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର...

ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ…

ଭୁବନେଶ୍ୱର,୩୦।୯: ବିଜେଡି କଳି ଏବେ ତେଜିବାରେ ଲାଗିଛି। ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri