Posted inଜାତୀୟ

ଅଜିତ ପାଓ୍ବାରଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ୪ ଶୀର୍ଷ ନେତା

ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)ର ୪ ଜଣ ଶୀର୍ଷ ନେତା ବୁଧବାର ଦଳ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଦଳର ପିମ୍ପ୍ରି-ଚିଞ୍ଚଓ୍ବାଡ ୟୁନିଟ୍‌ ସଭାପତି ଅଜିତ ଗବହାନେ ଅଛନ୍ତି। ତାଙ୍କ ସମେତ ୪ ନେତା ଏନ୍‌ସିପି ସଭାପତି ସୁନୀଲ ଟାଟ୍‌କାରେଙ୍କୁ ଇସ୍ତଫାପତ୍ର ଦେଇଛନ୍ତି। ସେମାନେ ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ଯୋଗଦେବେ ବୋଲି ଗବହାନେ କହିଛନ୍ତି। ଦଳ ଛାଡ଼ିଥିବା ଅନ୍ୟ ନେତାମାନେ ହେଲେ ପିମ୍ପ୍ରି-ଚିଞ୍ଚଓ୍ବାଡ ଛାତ୍ର ସଂଗଠନ ମୁଖ୍ୟ ୟାଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋସଲେ ଏବଂ ପଙ୍କଜ ଭାଲେକର। ଦଳର ପୂର୍ବତନ ସଦସ୍ୟମାନେ ଫେରିବାକୁ ଚାହଁିଲେ, ସେମାନଙ୍କୁ ସ୍ବାଗତ କରାଯିବ ବୋଲି ଶରଦ ପାଓ୍ବାର ପୂର୍ବରୁ ସୂଚନା ଦେଇଥିଲେ। ତେବେ ଯେଉଁମାନେ ଦଳକୁ ଦୁର୍ବଳ କରିବାକୁ ଚାହିଁଥିଲେ, ସେମାନଙ୍କୁ ନିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ଲୋକ ସଭା ନିର୍ବାଚନରେ ଅଜିତ ପାଓ୍ବାରଙ୍କ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଦଳରେ ଚାପ ବଢ଼ୁଛି। ଏହି ଦଳ ଗୋଟିଏ ଲୋକ ସଭା ଆସନ ଜିତିବାକୁ ସକ୍ଷମ ହୋଇଥିବାବେଳେ ଶରଦଙ୍କ ଦଳ ୮ଟି ଆସନରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!

ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri