Categories: ଖେଳ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୫।୨: ଭାରତ ବିପକ୍ଷ ଚାରି ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଝଟ୍‌କା ଲାଗିଛି। ଭେଟେରାନ ଫାଷ୍ଟ ବୋଲର ଜୋଶ ହେଜଲଉଡ ଫେବୃଆରୀ ୯ରୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଛି। ଆହତ କାରଣରୁ ସେ ନାଗପୁରରେ ଖେଳିବେ ନାହିଁ। କେବଳ ଏତିକି ନୁହେଁ, ଦିଲ୍ଲୀର ଦ୍ୱିତୀୟ ଟେଷ୍ଟରେ ହେଜଲଉଡ ଖେଳିବା ମଧ୍ୟ ସନ୍ଦେହଜନକ। ତାଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡଙ୍କୁ ଦଳରେ ସାମିଲ କରାଯାଇଛି। ସେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବାହାରେ ଟେଷ୍ଟ ଖେଳିବେ।
ସିରିଜ ପୂର୍ବରୁ ଆହତ ହୋଇଥିବା ହେଜଲଉଡ ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ନୁହଁନ୍ତି। ତାଙ୍କ ପୂର୍ବରୁ ମିଚେଲ ଷ୍ଟାର୍କ ଆଙ୍ଗୁଠିରେ ଆଘାତ ପାଇ ଦଳରୁ ବାଦ୍‌ ପଡ଼ିଛନ୍ତି। ଏଥି ସହିତ ଆଙ୍ଗୁଠିରେ ଆଘାତ ହେତୁ କ୍ୟାମେରନ ଗ୍ରୀନ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ବୋଲିଂ କରିବେ ନାହିଁ। ଯଦି ସେ ଖେଳିବାର ସୁଯୋଗ ପାଆନ୍ତି, ତେବେ ସେ କେବଳ ବ୍ୟାଟିଂ କରିବେ। ଗତ ମାସରେ ସିଡନୀ ଟେଷ୍ଟ ସମୟରେ ହେଜଲଉଡ ଆହତ ହୋଇଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଫେବୃଆରୀ ୯-୧୩ ନାଗପୁରରେ ଖେଳାଯିବ।

Share