Categories: ଖେଳ

ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୨: ଭାରତ ବିପକ୍ଷରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ଝଟ୍‌କା ଦେଇଛି। ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି। ଦିଲ୍ଲୀରେ ଖେଳାଯାଇଥିବା ଟେଷ୍ଟରେ ୱାର୍ନର ଆହତ ହୋଇଥିଲେ। ୱାର୍ନରଙ୍କ ଆଘାତ ଗୁରୁତର ଏବଂ ଏହାର ଚିକିତ୍ସା ପାଇଁ ତାଙ୍କୁ ଘରକୁ ଫେରିବାକୁ ପଡିବ। କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ୱାର୍ନରଙ୍କ ସ୍ଥାନ ଘୋଷଣା ହୋଇନାହିଁ।

ଟେଷ୍ଟ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ଡେଭିଡ ୱାର୍ନରଙ୍କୁ ବାଦ ଦିଆଯାଇଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସୂଚନା ଦେଇଛି। କ୍ରିକେଟ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କହିଛି, ଦିଲ୍ଲୀ ଟେଷ୍ଟ ସମୟରେ ୱାର୍ନରଙ୍କ କାନ୍ଧରେ ଆଘାତ ଲାଗିଛି। ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ ପାଇଁ ୱାର୍ନର ଉପଲବ୍ଧ ହେବ ନାହିଁ। ୱାର୍ନରଙ୍କ ସ୍ଥାନରେ କିଏ ଖ୍ବାଜାଙ୍କ ସହ ଓପନିଂ କରିବେ ତାହା କ୍ରିକେଟ ଅଷ୍ଟ୍ରେଲିଆ ସ୍ପଷ୍ଟ କରିନାହିଁ।
ସୂଚନାଯୋଗ୍ୟ,ଭାରତ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟକୁ ଇନିଂସ ବ୍ୟବଧାନରେ ହାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ୬ ଉଇକେଟରେ ପରାସ୍ତ ହୋଇଥିଲା।

Share