Categories: ରାଜ୍ୟ

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ। ଏଥିରେ ଭାଜପା ଏମ୍‌ପି ପ୍ରାର୍ଥୀ ନବଚରଣ ମାଝୀ, ବିଧାୟକ ପ୍ରାର୍ଥୀ ସଞ୍ଜଳୀ ମୁର୍ମୁ, ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ, ବିଜେପି ବରିଷ୍ଠ ନେତା ପ୍ରବୀଣ ଭଞ୍ଜଦେଓ, ସୁଗୁଦା ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।