Categories: ଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପା ସହ ହାତ ମିଶାଇଲେ ବିଧାୟକ ଦଳର ନେତା

ଇଟାନଗର,୫।୩: ଉତ୍ତର ପୂର୍ବର ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। କାରଣ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ କଂଗ୍ରେସର ୨ ଜଣ ବିଧାୟକ ଏବଂ ଏନସିପିର ୨ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ହାତ ମିଳାଇଥିଲେ।
କଂଗ୍ରେସର ନିନୋଙ୍ଗ ଏରିଙ୍ଗ ଏବଂ ୱାଙ୍ଗଲିନ ଲୋଆଙ୍ଗଡଙ୍ଗ ଭାଜପାରେ ଯୋଗ ଦେଇଥିବାବେଳେ ଏନପିପିରୁ ମୁଚୁ ମିଥୀ ଏବଂ ଗୋକର ବସର ପଦ୍ମ ଧରିଥିଲେ। ଏହି ଚାରିଜଣ ନେତାଙ୍କୁ ଅରୁଣାଚଳ ପ୍ରଦେଶ ସଂଗଠନର ଦାୟିତ୍ୱ ତଥା ରାଜ୍ୟ ୟୁନିଟ ପାର୍ଟି ସଭାପତି ଅଶୋକ ସିଙ୍ଗଲ ଏବଂ ରାଜ୍ୟ ସିଏମ ପେମା ଖାଣ୍ଡୁଙ୍କ ଉପସ୍ଥିତିରେ ଭାଜପାର ସଦସ୍ୟତା ପ୍ରଦାନ କରାଯାଇଥିଲା।
୨୦୧୯ରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪ଟି ସିଟ ଜିତିଥିବା କଂଗ୍ରେସରେ ବର୍ତ୍ତମାନ କେବଳ ଜଣେ ବିଧାୟକ ବାକି ଅଛନ୍ତି। ସେ ହେଉଛନ୍ତି ପୂର୍ବତନ ସିଏମ ନାବମ ଟୁକି। ।

Share