ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କ୍ୟାମ୍ପ ସହିତ ଜଡିତ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟାଳୟର ଅଧିକାରୀମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ କଂଗ୍ରେସ ସଭାପତି ଜିଏ ମୀରଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଇସ୍ତଫା ପତ୍ରରେ କୁହାଯାଇଛି ଯେ, ମୀରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କ୍ରମାଗତ ଭାବେ ପଛରେ ରହିଛି। ଅବହେଳା ହେତୁ ଅନେକ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିଲା ସେମାନଙ୍କ ମଧ୍ୟରେ ଚାରିଜଣ ପୂର୍ବତନ ମନ୍ତ୍ରୀ ଏବଂ ତିନିଜଣ ବିଧାୟକ ମଧ୍ୟ ଅଛନ୍ତି।