Posted inଜାତୀୟ

କଂଗ୍ରେସଙ୍କୁ ବଡ଼ ଝଟକା: ହାତ ଛାଡି ଘଣ୍ଟା ଧରିଲେ ଏହି ନେତା..

ମୁମ୍ବାଇ,୧୦।୨ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ଭେଟେରାନ କଂଗ୍ରେସ ନେତା ବାବା ସିଦ୍ଦିକି ଶନିବାର ଏନସିପିରେ ଯୋଗ ଦେଇଛନ୍ତି। ସେ ହାତ ଛାଡି ଘଣ୍ଟା ଧରିଛନ୍ତି। ମହାରାଷ୍ଟ୍ରରେ ବାବା ସିଦ୍ଦିକିଙ୍କ ପ୍ରବେଶ ସହିତ ଅଜିତ ପାୱାରଙ୍କ ଦଳ ଏନସିପି ଅଧିକ ଶକ୍ତିଶାଳୀ ହୋଇଛି ବୋଲିୀ କୁହାଯାଉଛି। ଏହା ଲୋକସଭା ନିର୍ବାଚନରେ ଲାଭବାନ ହୋଇପାରେ ।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଫେବୃଆରୀ ୮ ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କ ଏନସିପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ଏ ସମ୍ପର୍କରେ ଅଜିତ ପାୱାର ଶୁକ୍ରବାର ଦିନ କହିଥିଲେ ଯେ ବାବା ସିଦ୍ଦିକି ଏନସିପିରେ ଯୋଗଦେବେ। ଶନିବାର ମୁମ୍ବାଇରେ ମଧ୍ୟ ସମାନ ଘଟଣା ଘଟିଥିଲା। ଡେପୁଟି ସିଏମ ଅଜିତ ପାୱାର ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ବାବା ସିଦ୍ଦିକିଙ୍କ ସହ ବହୁ ପୂର୍ବତନ କର୍ପୋରେଟର ମଧ୍ୟ ଏନସିପିରେ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଫୁଲ୍ଲ ପଟେଲଙ୍କ ସମେତ ଏନସିପିର ବହୁ ବଡ ନେତା ମଞ୍ଚରେ ଉପସ୍ଥିତ ଥିଲେ। ଏନସିପି ବାବା ସିଦ୍ଦିକିଙ୍କୁ ଆତସବାଜି ସହିତ ସ୍ବାଗତ କରିଥିଲେ।

ଏନସିପିରେ ଯୋଗଦେବା ପରେ ବାବା ସିଦ୍ଦିକି କହିଛନ୍ତି ସେ ପ୍ରଫୁଲ୍ଲ ପଟେଲଙ୍କ ଘରେ ଆଲୋଚନା ହୋଇଥିଲା। ଏହା ପରେ ହିଁ ମୁଁ ଏନସିପିରେ ଯୋଗଦେବାକୁ ସ୍ଥିର କରିଥିଲି। ଏଥିସହ ସେହି ଦିନ ମୁଁ ଦଳ ଛାଡିବା ବିଷୟରେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଥିଲି। ସେ କହିଛନ୍ତି ଯେ ୪୮ବର୍ଷ ପରେ ଆମେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଛୁ। ବାବା ସିଦ୍ଦିକି କହିଛନ୍ତି ମୁଁ ଏକ ଖୋଲା ପୁସ୍ତକ ପରି। ମୁଁ କାହା ବିଷୟରେ ଖରାପ କଥା କହିବାକୁ ଚାହେଁ ନାହିଁ। କଂଗ୍ରେସରେ ପରସେପଶନ ରାଜନୀତି ଚାଲିଛି, ତେଣୁ ମୋତେ ଏହି ନିଷ୍ପତ୍ତି ନେବାକୁ ପଡିଲା।

ମହାରାଷ୍ଟ୍ର ରାଜନୀତିରେ ବାବା ସିଦ୍ଦିକି ଜଣେ ବଡ ନାମ । ସେ ବାନ୍ଦ୍ରା ପଶ୍ଚିମରୁ ତିନିଥର ବିଧାୟକ ହୋଇଛନ୍ତି। ଏହା ବ୍ୟତୀତ ସେ ମହାରାଷ୍ଟ୍ରରେ ମଧ୍ୟ ମନ୍ତ୍ରୀ ଥିଲେ। ତାଙ୍କ ପୁଅ ଜିଶାନ ସିଦ୍ଦିକି ବର୍ତ୍ତମାନ ଜଣେ ବିଧାୟକ। ମୁସଲିମ ଭୋଟ ଉପରେ ବାବା ସିଦ୍ଦିକିଙ୍କର ଭଲ ସ୍ଥିତି ରହିଛି, ତେଣୁ ତାଙ୍କ ଆଗମନ ସହିତ ମୁସଲିମ ଭୋଟରମାନେ ଲୋକସଭା ନିର୍ବାଚନରେ ଏନସିପି ଆଡକୁ ଆସିପାରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri