ଇମ୍ରାନଙ୍କୁ ବଡ ଝଟକା: ଭର୍ଚୁଆଲ ରାଲି ପୂର୍ବରୁ ଇଣ୍ଟରନେଟ ସେବା ଠପ୍‌…

ଇସଲାମାବାଦ,୧୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭର୍ଚୁଆଲ ରାଲି ପୂର୍ବରୁ ପାକିସ୍ତାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିଲା। ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭର୍ଚୁଆଲ ରାଲି ରାତି ୯ ଟାରୁ ଆରମ୍ଭ ହେବାର ଥିଲା, କିନ୍ତୁ ଇଣ୍ଟରନେଟ ମନ୍ଥରତା ହେତୁ ଏହି ରାଲିକୁ ଷ୍ଟ୍ରିମ କରିବାରେ ବହୁ ଅସୁବିଧା ହୋଇଥିଲା ।

ରବିବାର ପାକିସ୍ତାନରେ ଏକ୍ଦ, ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଲାହୋର, କରାଚି ଏବଂ ଇସଲାମାବାଦରେ ରାତି ୮ ଟା ପରେ ଉପଭୋକ୍ତାମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରବେଶ କରିବାରେ ଅସୁବିଧା ବିଷୟରେ ଜଣାଇଥବଲେ। ଖବର କାଗଜ ଡନ ଅନୁଯାୟୀ, ବ୍ୟବହାରକାରୀମାନେ ମନ୍ଥର ଇଣ୍ଟରନେଟ ସେବା ନେଇ ଅଭିଯୋଗ କରିଛନ୍ତି।

 

Share