Categories: ଖେଳ

ଆଇପିଏଲ ପୂର୍ବରୁ କେକେଆର୍‌କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୨।୩: ଆଇପିଏଲ ୨୦୨୩ ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ବଡ଼ ଝଟ୍‌ା ଲାଗିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶ୍ରେୟସ ଆୟର ପିଠିରେ ଆଘାତ ଯୋଗୁ ଆଇପିଏଲ ଆଇପିଏଲ୍‌ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାଦ୍‌ ପଡିଛନ୍ତି। ଆୟାର ଆଇପିଏଲରେ କେକେଆର୍‌ର ଅଧିନାୟକ। ପିଠିରେ ଆଘାତ ହେତୁ ଆୟରଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିପାରେ, ଯେଉଁ କାରଣରୁ ସେ ପ୍ରାୟ ୫ ମାସ କ୍ରିକେଟଠାରୁ ଦୂରରେ ରହିପାରନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ସମୟରେ ଆୟର ପିଠି ଯନ୍ତ୍ରଣା ଅନୁଭବ କରିଥିଲେ।
ଆୟର୍‌ ଲଣ୍ଡନରେ ଅସ୍ତ୍ରୋପଚାର କରିବାକୁ ଚାହୁଁଛନ୍ତି କିନ୍ତୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଜାରି ରହିଛି କାରଣ ବିସିସିଆଇ ଏପର୍ଯ୍ୟନ୍ତ ଅସ୍ତ୍ରୋପଚାର ସ୍ଥାନ ଚୂଡ଼ାନ୍ତ କରି ନାହିଁ। ଭାରତରେ ଏହି ଅସ୍ତ୍ରୋପଚାର କରାଯାଇପାରେ ବୋଲି ସମ୍ଭାବନା ରହିଛି।
ଶ୍ରେୟସ ଆୟର ଆଇପିଏଲ ୨୦୨୨ରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଥିଲେ। ଗତ ସିଜନରେ, ଆୟରଙ୍କ ଅଧିନାୟକତ୍ୱରେ, କେକେଆର୍‌ ୧୪ଟି ମ୍ୟାଚ ମଧ୍ୟରୁ ୬ଟି ଜିତି ୮ଟି ହାରିଥିଲା। ଏଥି ସହିତ ଦଳ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଥିଲା।

Share