Categories: ଖେଳ

ଲକ୍ଷ୍ନୌକୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୫ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଡବଲ ହେଡରର ଦ୍ୱିତୀୟ ମ୍ୟାଚ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ (ଏଲ୍‌ଏସ୍‌ଜି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ୍‌) ମଧ୍ୟରେ ଜାରି ରହିଛି। ପଞ୍ଜାବ ଟସ୍‌ ଜିତି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ଓପନର୍‌ କେ.ଏଲ ରାହୁଲ ଏବଂ କୃଣାଳ ପାଣ୍ଡ୍ୟା କ୍ରିଜ୍‌ରେ ଅଛନ୍ତି। ୧୦ ଓଭର ପରେ ଦଳ ୨ ଓ୍ବିକେଟ ହରାଇବା ୭୪ ରନ୍‌ ସଂଗ୍ରହ କରିଛି।

କାଇଲ ମେୟର୍ସ ୨୯ ରନ୍‌ ସ୍କୋର କରିବା ପରେ ହରପ୍ରୀତ୍‌ଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଦୀପକ ହୁଡା ମାତ୍ର ୨ ରନ୍‌ କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଟସ୍‌ ହରାଇ ପ୍ରଥମେ ବ୍ୟାଟିଂ କରିବାକୁ ଲକ୍ଷ୍ନୌର କେ.ଏଲ ରାହୁଲ ଏବଂ ମେୟର୍ସ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ଦଳ ପାଇଁ ୬ ଓଭରରେ ୪୯ ରନ୍‌ କରିଥିଲେ। ମେୟର୍ସ ୨୯ ରନ୍‌ କରି ଅଷ୍ଟମ ଓଭରରେ ଆଉଟ ହୋଇଥିଲେ। ଉଭୟ ପ୍ରଥମ ଓ୍ବିକେଟ ସୁଦ୍ଧା ୫୩ ରନ୍‌ କରିଥିଲେ।

Share