Categories: ଜାତୀୟ

ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା

କୋଲକତା,୨୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଝଟ୍‌କା ଲାଗିଛି। କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କ ‘ଦୁଆରେ ରାଶନ’ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାରଙ୍କ ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବିରୁଦ୍ଧ ଅଟେ।
ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ‘ଦୁଆରେ ରାଶନ’ ଯୋଜନା ଆରମ୍ଭ ହୋଇଥିଲା, ଯାହା ଅଧୀନରେ ହିତାଧିକାରୀଙ୍କ ଘରେ ରାଶନ ସାମଗ୍ରୀ ଉପଲବ୍ଧ ହେବ। ଏହି ଯୋଜନା ଆରମ୍ଭ କରି ମମତା ସରକାର କହିଥିଲେ, ଏହି ଯୋଜନାରେ ସରକାର ୧୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନା ମାଧ୍ୟମରେ ୧୦ କୋଟି ଲୋକଙ୍କୁ ଉପକୃତ କରିବା ସରକାରଙ୍କ ଲକ୍ଷ୍ୟ ଥିଲା। ଏଥି ସହ ୪୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

 

Share