କୋଲକାତା,୧୫।୨: ତ୍ରୁଣ ମୂଳ କଂଗ୍ରେସ ଏମପି ମିମି ଚର୍କବର୍ତ୍ତୀ ଇସ୍ତଫା ଦେଇଛନ୍ତି। ତେବେ ଲୋକ ସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଦଳକୁ ଏହା ଏକ ବଡ ଝଟକା ଲାଗିଛି ବୋଲି କୁହାଯାଉଛି। ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମପି ମିମି ଚକ୍ରବର୍ତ୍ତୀ ଗୁରୁବାର ଏମପି ପଦରୁ ଇସ୍ତଫା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ମିମି ଚକ୍ରବର୍ତ୍ତୀ ଏମପି ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ସେ ବେଙ୍ଗଲ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିପାରନ୍ତି। ତେବେ ସେ କାହିଁକି ଏମପି ପଦରୁ ଇସ୍ତଫା ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନରେ ମିମି ଜାଦବପୁର ଆସନରୁ ବିଜୟୀ ହୋଇଥିଲେ। ସେ ତାଙ୍କ ଇସ୍ତଫା ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଇଛନ୍ତି।
ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, ମିମି ଚକ୍ରବର୍ତ୍ତୀ କହିଛନ୍ତି ଯେ ମୋର ଯାଦବପୁର ପାଇଁ ଏକ ସ୍ବପ୍ନ ଥିଲା, କିନ୍ତୁ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲି, ଯେତେବେଳେ କେହି ଜଣେ ଫିଲ୍ମ ପୃଷ୍ଠଭୂମିରୁ ଆସନ୍ତି, ସେ କାମ କରନ୍ତି ନାହିଁ ବୋଲି କହି ତାଙ୍କୁ ବଦନାମ କରିବା ସହଜ ହୋଇଥାଏ।
ସେ କହିଛନ୍ତି ଯେ ମୁଁ ରାଜନୀତିର ମୂଳ କଥା ବୁଝିପାରୁ ନାହିଁ, ଯେତେବେଳେ ମୁଁ ଲୋକଙ୍କ ନିକଟରେ ପହଞ୍ଚିଲି, ସେତେବେଳେ ମୁଁ ଅନୁଭବ କଲି ଯେ ଅନେକ ଲୋକ ଏହାକୁ ପସନ୍ଦ କରିନଥିବେ କିମ୍ବା ହୁଏତ ସେମାନଙ୍କ ମଧ୍ୟରୁ କେତେକ ଏହାକୁ ପସନ୍ଦ କରିଥିବେ।