Posted inଖେଳ

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୧୦: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଭେଟେରାନ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କ ରୂପରେ ଏକ ବଡ଼ ଝଟକା ପାଇଛି। ଫଳରେ ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟ ପରି ୱିଲିୟମସନ ମଧ୍ୟ ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡର ଅଂଶ ହୋଇପାରିବେ ନାହିଁ। ୱିଲିୟମ୍ସନ ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ନଭେମ୍ବର ୧ରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ମୁମ୍ବାଇରେ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ୱିଲିୟମ୍ସନ ଅଂଶଗ୍ରହଣ କରିବେ ନାହିଁ। ଭାରତ ବିପକ୍ଷ ଟେଷ୍ଟ ସିରିଜ ହରାଇବା ପରେ ୱିଲିୟମସନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।

୨୮ ନଭେମ୍ବରରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ସତର୍କତା ଅବଲମ୍ବନ କରି ମୁମ୍ବାଇ ଟେଷ୍ଟରେ ୱିଲିୟମସନ ନ ଖେଳିବାକୁ ନିଷ୍ପତ୍ତି ନିଆଯାଇଛି।

ନ୍ୟୁଜିଲାଣ୍ଡର ମୁଖ୍ୟ କୋଚ ଗ୍ୟାରି ଷ୍ଟିଡ କହିଛନ୍ତି, ୱିଲିୟମସନ ଭଲ ଅଗ୍ରଗତି କରିଛନ୍ତି, କିନ୍ତୁ ଏକ ସତର୍କତା ଅବଲମ୍ବନ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସମ୍ପୂର୍ଣ୍ଣ ଫିଟ ହେବାକୁ ସମୟ ଦେବ।

ଗ୍ୟାରି ଷ୍ଟେଡ କହିଛନ୍ତି, କେନ ଭଲ ସଙ୍କେତ ଦେଖାଇବା ଜାରି ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଆମ ସହ ଯୋଗଦେବାକୁ ପ୍ରସ୍ତୁତ ନୁହଁନ୍ତି। ଇଂଲଣ୍ଡ ସିରିଜରେ ଆଉ ଏକ ମାସ ବାକି ଅଛି, ତେଣୁ ଏକ ସତର୍କତା ଅବଲମ୍ବନ କରିବା ଏହା ସ୍ପଷ୍ଟ କରିବ ଯେ ଆମେ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

ଆପଣ କେରମ ବଲରେ ବୋଲ୍ଡ କରିଦେଲେ, ଆର ଅଶ୍ୱିନଙ୍କ ପାଇଁ ଏମିତି ଲେଖିଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ଅବସର ନେଇଛନ୍ତି। ମ୍ୟାଚ...

୨୩ ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!, ମାର୍ଚ୍ଚରେ ଫାଇନାଲ

ନୂଆଦିଲ୍ଲୀ,୨୨।୧୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବର୍ତ୍ତମାନ ବିଶ୍ୱ କ୍ରିକେଟ ରେ ଏକ ଆଲୋଚନା ହେଉଛି । ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଦୁଇ...

ଅଶ୍ୱିନଙ୍କ ସନ୍ନ୍ୟାସକୁ ନେଇ ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା, ଲେଖିଲେ ପ୍ରେମ ଚିଠି…

ନୂଆଦିଲ୍ଲୀ,୨୧।୧୨: ନିକଟରେ ଟିମ ଇଣ୍ଡିଆର ମହାନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ହଠାତ ଅବସର ନିଷ୍ପତ୍ତି ଅନେକଙ୍କୁ ଚକିତ...

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri