Categories: ଜାତୀୟ

ପିଡ଼ିପିକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ସଂସ୍ଥାପକ ସଦସ୍ୟ

ଶ୍ରୀନଗର,୧୫।୧୧: ଜମ୍ମୁ-କଶ୍ମୀରରେ ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି(ପିଡ଼ିପି)କୁ ବଡ଼ ଝଟ୍‌କା ଲାଗିଛି। ଦଳର ସଂସ୍ଥାପକ ସଦସ୍ୟ ମୁଜାଫର ହୁସେନ୍‌ ବେଗ୍‌ ଇସ୍ତଫା ଦେଇଛନ୍ତି। ଜିଲା ବିକାଶ ପରିଷଦ ନିର୍ବାଚନ ପୂର୍ବରୁ ଏଭଳି ଘଟିବା ପିଡ଼ିପି ପାଇଁ କ୍ଷତି କାରକ ବୋଲି ଚର୍ଚ୍ଚା ହେଉଛି। ମୁଜାଫର ଆସନ ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ଦଳ ଛାଡିଥିବା ସମ୍ପର୍କରେ ସେ ଅଧ୍ୟକ୍ଷା ମେହବୁବା ମୁଫତିଙ୍କୁ ସୂଚନା ଦେଇଛନ୍ତି। ୧୯୯୮ରେ ପିଡ଼ିପି ଗଠନ ସମୟରୁ ମୁଜାଫର ଦଳରେ କାର୍ଯ୍ୟ କରୁଥିଲେ।

Share