Categories: ଜାତୀୟ

କଂଗ୍ରେସକୁ ବଡ଼ ଝଟକା: କମଲନାଥ ଇସ୍ତଫା ଦେଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ! …

ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସରୁ ଇସ୍ତଫା ଦେଇ ଥିବା କୁହାଯାଉଛି। କମଲ ନାଥ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ପୁଅ ନକୁଲ ନାଥଙ୍କ ସହ ଭାଜପାରେ ଯୋଗ ଦେଇପାରନ୍ତି। ତାଙ୍କ ସହିତ ପ୍ରାୟ ୨୩ଜଣ କଂଗ୍ରେସ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ସହ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। କମଲ ନାଥ ତାଙ୍କ ପୁଅ ନକୁଲ ନାଥଙ୍କ ସହ ଦିଲ୍ଲୀରେ ପହଞ୍ଚି କଂଗ୍ରେସ ହାଇକମାଣ୍ଡଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ବୋଲି କୁହାଯାଉଛି। କୁହାଯାଉଛି ଯେ କମଲ ନାଥ ପାର୍ଟି ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।

ସେ କଂଗ୍ରେସ ମହା ସଚିବ କେସି ଭେନୁଗୋପାଳଙ୍କୁ ନିଜର ଇସ୍ତଫା ପ୍ରଦାନ କରି ଥିବା କୁହାଯାଉଛି।

ମଧ୍ୟପ୍ରଦେଶ ସଂଗଠନରେ ପୁନର୍ଗଠନ ଏବଂ କମଲ ନାଥଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସିଏମ କମଲ ନାଥ ଏଥିରେ ଅସନ୍ତୁଷ୍ଟ ହୋଇଥିଲେ। ଦିଲ୍ଲୀରେ ଚାଲିଥିବା ଭାଜପାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ଅନେକ ବଡ଼ ରାଜନୈତିକ ବିସ୍ଫୋରଣ ଘଟିପାରେ। ଭାଜପାରେ ବହୁ କଂଗ୍ରେସ ନେତାଙ୍କୁ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଛି। ତେବେ କମଲ ନାଥ ଭାଜପାରେ ଯୋଗଦେବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

କମଲନାଥ ୯ ଥର ଛିନ୍ଦୱାରା ଏମପି ଥିଲେ। ବର୍ତ୍ତମାନ ତାଙ୍କ ପୁଅ ନକୁଲନାଥ ସେଠାରୁ ଏମପି ଅଛନ୍ତି। ଛିନ୍ଦୱାରାରୁ କମଲ ନାଥଙ୍କ ବିଜୟ ପଛରେ ଅନେକ କାରଣ ରହିଛି। ସେ ଏହି ଅଞ୍ଚଳେରେ ସ୍କୁଲ ଏବଂ କଲେଜ ଖୋଲିଥିଲେ, ଏହା ବ୍ୟତୀତ ୱେଷ୍ଟର୍ଣ୍ଣ କୋଇଲଫିଲ୍ଡସ ଏବଂ ହିନ୍ଦୁସ୍ତାନ ୟୁନିଲିଭର, କପଡା ମେକିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ ଏବଂ ଡ୍ରାଇଭର ଟ୍ରେନିଂ ଇନଷ୍ଟିଚ୍ୟୁଟ ଭଳି କମ୍ପାନୀର ଶ୍ରେୟ ମଧ୍ୟ କମଲ ନାଥଙ୍କୁୁ ପ୍ରଦାନ ଯାଇଥାଏ। ଯେଉଁ କାରଣରୁ ସେଠାକାର ଲୋକମାନେ ଚାକିରି ପାଇଛନ୍ତି।

 

Share