ସମ୍ପତ୍ତି ତାଲିକାରେ ବଡ ବଡ ସେଲିବ୍ରିଟିଙ୍କୁ ବି ପଛରେ ପକାଇବେ ପ୍ରକାଶ ରାଜ

ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ପ୍ରକାଶ ରାଜଙ୍କର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଅଭିନୟ ମାଧ୍ୟମରେ ସେ ତିଆରି କରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ । ୨୬ ମାର୍ଚ୍ଚରେ ଜନ୍ମ ନେଇଥିବା ପ୍ରକାଶ ରାଜଙ୍କ ପ୍ରକୃତ ନାମ ହେଲା ପ୍ରକାଶ ରାୟ । ୫୭ ବର୍ଷିୟ ଏହି ଅଭିନେତା ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ ଦର୍ଶକେ ସବୁଠାରୁ ତାଙ୍କୁ ବେଶୀ ପସନ୍ଦ କରିଛନ୍ତି ଖଳନାୟକ ଭାବେ । ଆଜିବି ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରନ୍ତି ।
କେବଳ ଅଭିନୟ ନୁହେଁ ପ୍ରକାଶ ରାଜ ୨୦୧୯ ଲୋକ ସଭା ନିର୍ବାଚନରେ ବେଙ୍ଗାଲୁରୁର ସେଣ୍ଟ୍ରାଲ ସିଟରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢି ସାରିଛନ୍ତି । ପ୍ରକାଶଙ୍କ ନିର୍ବାଚନ ଏଫିଡେଭିଟ ଅନୁଯାୟୀ, ତାଙ୍କ ନିକଟରେ ରହିଛି ୩୨ କୋଟି ଟଙ୍କାର ସମ୍ପତ୍ତି । ଏହା ବ୍ୟତୀତ ୮ କୋଟି ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ବି ରହିଛି । ତାଙ୍କ ନିକଟରେ ୨୬୫ ଗ୍ରାମ ସୁନା ଓ ୨୦ ଗ୍ରାମ ହୀରା ରହିଛି । ଏହାର ମୋଟ ଦାମ ୧୮ ଲକ୍ଷ ଟଙ୍କା ହେବ । ପ୍ରକାଶଙ୍କ ପତ୍ନୀଙ୍କ ନିକଟରେ ୨୧୦ ଗ୍ରାମ ସୁନା ରହିଛି, ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା । ପ୍ରକାଶ ରାଜଙ୍କ ଜୁଏଲରୀର ମୋଟ ଦାମ ୨୪ ଲକ୍ଷ ହେବ ବୋଲି କୁହାଯାଉଛି । ପ୍ରକାଶଙ୍କ ନିକଟରେ ରହିଛି ବିଭିନ୍ନ କମ୍ପାନୀର ଲକ୍‌ଜରି କାର୍ । ଏଥିମଧ୍ୟରେ ରହିି ଏକ ଟୋୟୋଟା ଇନୋଭା ଗାଡି ଯାହାର ଦାମ୍ ୧୭ ଲକ୍ଷରୁ ଅଧିକ । ଏହା ବ୍ୟତୀତ ବିଏମ୍‌ଡବ୍ଲ୍ୟୁ ୨୦ଡି ରହିଛି, ଏହାର ଦାମ୍ ୪୫ ଲକ୍ଷରୁ ଅଧିକ ଏହାସହ ଆଇଏସୟୁଜେଡୟୁ ଭି, ବୋଲେରୋ ମ୍ୟାକ୍ସି ଟ୍ରକ, ଅଡି କ୍ୟୁ ୩ ଭଳି ଗାଡି ରହିଛି । ପ୍ରକାଶ କାର୍ କ୍ରୟ କରିବାକୁ ୫୫ ଲକ୍ଷ ଟଙ୍କା ଋଣ ନେଇଛନ୍ତି ।

Share