ନୂଆଦିଲ୍ଲୀ,୭।୧ : ଭାରତୀୟ ବାୟୁସେନା ବହୁତ ସଫଳତା ହାସଲ କରିଛି। ବାସ୍ତବରେ ବାୟୁସେନା ଏହାର ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହି ସମୟ ମଧ୍ୟରେ ବାୟୁସେନା କମାଣ୍ଡୋମାନଙ୍କୁ ଏକ ସୁପର ହର୍କ୍ୟୁଲସ ବିମାନରେ କାର୍ଗିଲକୁ ପଠାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିରେ କିପରି ଶୀଘ୍ର ସାମ୍ନାକୁ ନିୟୋଜିତ କରାଯାଇପାରିବ ସେନେଇ କମାଣ୍ଡୋଙ୍କ ପ୍ରଶିକ୍ଷଣର ଏହା ମଧ୍ୟ ଏକ ଅଂଶ ଥିଲା। ବାୟୁସେନା ମଧ୍ୟ ଅବତରଣର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି।
#WATCH | "In a first, an IAF C-130 J aircraft recently carried out a night landing at the Kargil airstrip. Employing terrain masking enroute, the exercise also dovetailed a training mission of the Garuds," tweets Indian Air Force.
(Video: Indian Air Force) pic.twitter.com/JHVQ7p6Vxu
— ANI (@ANI) January 7, 2024