ବନ ବିଭାଗକୁ ବଡ଼ ସଫଳତା: ଏକ ଟନ କଇଁଛ ଜବତ, ୨ ଗିରଫ

ମାଲକାନଗିରି/ଚିତ୍ରକୋଣ୍ଡା,୩୦।୯(ଦୁର୍ଯ୍ୟୋଧନ ପାତ୍ର/ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ଏକ କଇଁଚ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଆଜି ସକାଳେ ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ପାଟ୍ରୋଲିଂ ଓ ଗାଡି ଯାଞ୍ଚ୍‌ କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ରପ୍ରଦେଶ ରାଜୁଲକୋଣ୍ଡା ଗ୍ରାମ ନିକଟରେ କରୁଥିବା ବେଳେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତଗତିରେ ଆସୁଥିବା ଦେଖି ଉକ୍ତ ଗାଡିକୁ ଅଟକାଇ ଯାଂଚ କରିଥିଲେ।

ଗାଡିରେ କିଛି ବସ୍ତା ଥିବା ଦେଖିବା ସହ ଉକ୍ତ ବସ୍ତା ଭିତରେ କଇଁଚ ଗୁଡିକ ଥିବା ଦେଖି ଗାଡି ଓ କଇଁଚ ଜବତ କରିବା ସହ ଗଡିରେ ଆସୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତିା ଗିରଫ ଦୁଇଜଣ ମାଲକାନଗିରି ବ୍ଲକ ଏମ୍‌.ଭି.୯୬ ଗ୍ରାମ ନିବାସୀ ପ୍ରଶଂଜିତ ଘରାମୀ, ସନ୍ଦିପ ବେପାରୀ ହୋଇଥିବା ବେଳେ ଗାଡିରେ ମୋଟ ୪୮୯ଟି କଇଁଚ ଥିବା ଜଣାପଡିଛି। ତେବେ ଏହି କଇଁଚଗୁଡିକ ଆନ୍ଧ୍ରପ୍ରଦେଶରୁ ଚୋରା ଚାଲାଣ କରି ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି. ୭୨, ଏମ୍‌.ଭି. ୮୮ ପ୍ରଭୃତି ଗ୍ରାମରେ ଖୁଚୁରାରେ ବିକ୍ରି କରିବାକୁ ନେଉଥିବା ଗିରଫ ଆସାମୀମାନେ ପ୍ରକାଶ କରିଥିଲେ। ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଆଜିର ଏହି ଚଢାଉରେ ଚିତ୍ରକୋଣ୍ଡା ରେଂଜ ଅଧିକାରୀ ବଳରାମ ନାୟକ, ଫରେଷ୍ଟର ନିରଞ୍ଜନ ସରକାର, ହରି ହନ୍ତାଳ, ସରୋଜ କୁମାର ଘଡେଇ, ବନରକ୍ଷୀ ରାଜୁ ମାଡକାମି, ଶଶାଙ୍କ ଦାସ, ରାମଚନ୍ଦ୍ର ମାଝୀ, ପ୍ରଭୃତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଲୁଟ୍‌ ଉଦ୍ୟମ: ସିସିଟିଭି ଫୁଟେଜକୁ ନେଇ ତଦନ୍ତ…

ହିଞ୍ଜିଳିକାଟୁ,୩୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସାହେବ କମ୍ପ୍ଲେକ୍ସରେ ଅବସ୍ଥିତ ୟୁନିଅନ୍‌ ବ୍ୟାଙ୍କ ଶାଖା-୨ରେ କେତେକ ଦୁବୃର୍ତ୍ତ ରବିବାର ବିଳମ୍ବିତ ରାତିରେ ମୁଖ୍ୟ ଗେଟ୍‌ ତାଲା...

ପ୍ରସ୍ତୁତି ଚୂଡ଼ାନ୍ତ: ୩ ତାରିଖରୁ ମା’ ସମଲେଶ୍ୱରୀଙ୍କ ଶାରଦୀୟ ପୂଜା ଆରମ୍ଭ

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ): ବରଗଡର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବଦିନାତ୍ମକ ପୂଜା ପାଇଁ ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର...

ବସ୍‌ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ: ମାଡ଼ିବସିଲା ପୋଲିସ

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ):କନ୍ଧମାଳ ଜିଲା ଏବେ ଗଞ୍ଜେଇ ଚାଷ ପାଇଁ ଜଣାଶୁଣା। ପୋଲିସ ଯେତିକି ଧରପଗଡ଼ କରୁଛି ଗଞ୍ଜେଇ ବେପାରୀ ନୂଆ ନୂଆ ଉପାୟରେ ଚୋରାଚାଲାଣ...

ବ୍ଲକ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର: ସମିତି ସଭ୍ୟ-ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌

ପୁରୁଷୋତ୍ତମପୁର,୩୦।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ସୋମବାର ରଣକ୍ଷେତ୍ର ପାଲଟିଛି। ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳୀ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିର୍ମାଣର ବିଲକୁ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ: ପୀଡିତାଙ୍କୁ ୫ ଲକ୍ଷ ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ

ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତୀ ପଟ୍ଟନାୟକ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ...

ଗୃହ ଉଦ୍‌ଘାଟନ ପୂର୍ବରୁ ଭାଜପା ବିଜେଡି ହାତାହାତି: ନାଁ ନାହିଁ ବୋଲି ରାଗିକି ଫଳକ ଭାଙ୍ଗିଦେଲେ ଅଧ୍ୟକ୍ଷା

ଗୋପ,୩୦।୯: ପୁରୀ ଜିଲା ଗୋପ ବ୍ଲକରେ ଭିଡିଓ କନଫରେନ୍ସିଂ ଗୃହ ଉଦ୍‌ଘାଟନ ପୂର୍ବରୁ ଭାଜପା ବିଜେଡି ମୁହାଁମୁହିଁ ହୋଇଛନ୍ତି। ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକଙ୍କ ନାମ...

ଶ୍ୱଶୁର ଘରକୁ ଆସି ଗାଧୋଇ ଯାଇଥିଲେ: କେନାଲରେ ଭାସି ପାଇପ୍‌ରେ ଫସିଲେ

କଣ୍ଟାବାଞ୍ଜି/ମୁରିବାହାଲ,୩୦।୧୦: ବଳାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଧୀନ ଅଏଁଲଭଟ୍ଟା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘର ଗାଁକୁ ଜ୍ୱାଇଁ ଆସି ସ୍ଥାନୀୟ...

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ବାଇକ୍: ନିଆଁରେ ଜଳି ଦୁଇ ମୃତ, ଅନ୍ୟଜଣେ ଆହତ

କୁଆଁରମୁଣ୍ଡା,୩୦/୦୯(ମହେନ୍ଦ୍ର କୁମାର ସାହୁ): ସୋମବାର ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବୋଗା ରୋଡ କୁଡ଼ପାନିଟୋଲି ବୁଲାଣି ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri