ଟ୍ରମ୍ପ ଆସିଲା ପରେ ଭାରତକୁ ବଡ଼ ସଫଳତା: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କ ହେବେ ପ୍ରତ୍ୟର୍ପଣ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୫।୧: ଆମେରିକାର ସୁପ୍ରିମକୋର୍ଟ ଶନିବାର ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ଦୀର୍ଘ ଦିନ ଧରି ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ରାଣାଙ୍କୁ ଖୋଜା ଚାଲିଛି।
ନିମ୍ନ ଅଦାଲତରେ ଆଇନଗତ ଲଢ଼େଇ ହାରିବା ପରେ, ରାଣା ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆମେରିକୀୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହା ରାଣାଙ୍କ ପାଇଁ ଶେଷ ସୁଯୋଗ ଥିଲା।
ନିମ୍ନ ଅଦାଲତ ଏବଂ ଅନେକ ଫେଡେରାଲ କୋର୍ଟରେ ଆଇନଗତ ଲଢ଼େଇ ହାରିବା ପରେ ରାଣା ଶେଷ ଥର ପାଇଁ ସାନ ଫ୍ରାନ୍ସିସ୍କୋର ଉତ୍ତର ସର୍କିଟ ପାଇଁ ଆମେରିକୀୟ କୋର୍ଟ ଅଫ ଆପିଲ୍ସରେ ଆବେଦନ କରିଥିଲେ। ଭାରତକୁ ପ୍ରତ୍ୟାର୍ପଣ ନ କରିବା ପାଇଁ ଏହା ରାଣାଙ୍କର ଶେଷ ଆଇନଗତ ସୁଯୋଗ ଥିଲା।

Share