Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୪।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପୋରରେ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ପେଠସୀର ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ପୋଲିସ, ସେନାର ୫୨-ଆର୍‌ଆର୍‌, ସିଆର୍‌ପିଏଫ୍‌ର ୧୭୭, ୧୭୯ ଏବଂ ୯୨ ବାଟାଲିୟନର ଯବାନଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚଳି ବର୍ଷ ବର୍ତ୍ତମାନ ସୁଦ୍ଧା
ଗତ ୮ ମାସ ମଧ୍ୟରେ ୧୦୧ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା କଶ୍ମୀର ଜୋନ୍‌ ଆଇଜି ବିଜୟ କୁମାର ପ୍ରକାଶ କରିଛନ୍ତି।

Share