Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର, ୨୬।୬:ଜମ୍ମୁ-କଶ୍ମୀରର ଡୋଡା ଜିଲା ଅନ୍ତର୍ଗତ ଗନ୍ଦୋହ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଉକ୍ତ ୩ ଆତଙ୍କବାଦୀ ଲୁଚିଥିବା ନେଇ ଗୋଇନ୍ଦା ଆଧାରରେ ସୂଚନା ମିଳିବାରୁ ବୁଧବାର ସୁରକ୍ଷା ବାହିନୀ ପକ୍ଷରୁ ଗନ୍ଦୋହ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ଲଗାଣବର୍ଷା ଜାରି ରହିଥିବାବେଳେ ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆତଙ୍କବାଦୀଙ୍କ ପାଲଟା ଗୁଳିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ତାଙ୍କୁ ଡୋଡା ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର, ଗୁଳିବାରୁଦ ଜବତ କରାଯାଇଥିବା ଜମ୍ମୁ-କଶ୍ମୀରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ସୂଚନା ଦେଇଛନ୍ତି।

Share