ନୂଆଦିଲ୍ଲୀ ,୧୨ା୭:ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର କିଙ୍ଗ୍ପିନ୍ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା ପରେ ୧୦ ଦିନ ପାଇଁ ହାଜତକୁ ନେଇଛି। ପ୍ରବେଶିକା ପରୀକ୍ଷା ଅନିୟମିତତା ମାମଲାରେ ଚଢ଼ାଉ ବେଳେ ରିକି ସିବିଆଇ ରାଡାରରୁ ଖସିଯିବା ପାଇଁ ବାରମ୍ବାର ନିଜର ରହଣି ବଦଳାଉଥିଲା। ସିବିଆଇ ତଦନ୍ତ ଦାୟିତ୍ୱ ନେବାଠାରୁ ତାଙ୍କ ପଛରେ ପଡ଼ିଥିଲା। ଟେକ୍ନିକାଲ ସର୍ଭିଲାନ୍ସ ସହାୟତାରେ ତଦନ୍ତକାରୀ ଅଧିକାରୀମାନେ ତାଙ୍କ ପ୍ରକୃତ ଅବସ୍ଥିତି ପାଇବା ପରେ ଗୁରୁବାର ଭୋର ସମୟରେ ଗିରଫ କରିଥିଲେ।