Categories: ଜାତୀୟ

ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା

ଶ୍ରୀନଗର,୧୦।୮: ଜମ୍ମୁ କଶ୍ମୀରରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ଦକ୍ଷିଣ କଶ୍ମୀରରେ ସଜାଗ ସେନା କର୍ମଚାରୀ ବୁଧବାର ବିଳମ୍ବିତ ରାତିରେ ଅସ୍ତ୍ରଶସ୍ତ୍ର ସହିତ ତିନି ଜଣଙ୍କୁ ଧରିଥିଲେ। ପୋଲିସ ଏବଂ ଯବାନ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାରେ ଲାଗିଛନ୍ତି।
ଜମ୍ମୁ କଶ୍ମୀର ପୋଲିସର ସହଯୋଗରେ ସେନା ଏହି ଅପରେଶନ କରିଥିଲା। ଯେଉଁଥିରେ ୫୬ ଜଣ ଜୀବନ୍ତ ଗୁଳି ସହିତ ଏକ ହ୍ୟାଣ୍ଡ ଗ୍ରେନେଡ ଏବଂ ଦୁଇଟି ଏକେ ମାଗାଜିନ୍‌ ଜବତ କରାଯାଇଥିଲା। ତାଙ୍କୁ ଖାନସାହିବ ପୋଲିସ ଷ୍ଟେଶନର ୱାଗର ଅଞ୍ଚଳରୁ ଗିରଫ କରାଯାଇଥିଲା। ଏବେ ଘଟଣାର ତଦନ୍ତ ଚାଲିଛି।

Share