Categories: ଜାତୀୟ

ମୋଦିଙ୍କୁ ବଡ଼ ଟେନସନ୍‌: ଟିଡିପି-ଜେଡିୟୁ ପରେ ଚିରାଗ ପାସୱାନଙ୍କ ଦଳ ଦାବି କରୁଛି ଏହି ମନ୍ତ୍ରୀପଦ

ନୂଆଦିଲ୍ଲୀ,୭।୬: ଭାଜପାକୁ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳିନାହିଁ। ତେଣୁ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ ମନ୍ତ୍ରଣାଳୟ ନେବାକୁ ଦାବି କରିଛନ୍ତି। କିନ୍ତୁ ଭାଜପା ଅତି ସହଜରେ ସେମାନଙ୍କ କଥାକୁ ଗ୍ରହଣ କରିବ ନାହିଁ ବୋଲି କୁହାଯାଉଛି। ଟିଡିପି-ଜେଡିୟୁ ପାଇଁ ବିଭାଗ ଭାଗବଣ୍ଟା ଫାଇନାଲ ହେଇନଥିବା ବେଳେ ଏବେ ଚିରାଗ ପାସୱାନଙ୍କ ଦଳ ଏନଡିଏ ସରକାରରେ ୨ଟି ମନ୍ତ୍ରୀପଦ ଦାବି କରୁଥିବା ଚର୍ଚ୍ଚା ହେଉଛି ।

ଚଳିତ ନିର୍ବାଚନରେ ଚିରାଗ ପାସୱାନଙ୍କ ଦଳ ଏଲଜେପି (ଆର) ୫ଟି ସିଟରେ ନିର୍ବାଚନ ଲଢିଥିବା ବେଳେ ୫ଟି ଆସନରେ ବିଜୟୀ ହୋଇଛି । ତେଣୁ ଏନଡିଏ ସରକାରରେ ଚିରାଗ ପାସୱାନଙ୍କ ଦବଦବା ଯଥେଷ୍ଟ ଅଧିକ ରହିବ । ମୋଦିଙ୍କ କ୍ୟାବିନେଟରେ ଚିରାଗଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ।

ଆଜି ଏନଡିଏର ବୈଠକ ଡକାଯାଇଛି । ଏନଡିଏ ବୈଠକରେ ମନ୍ତ୍ରୀମଣ୍ଡଳର ରୂପରେଖ କଣ ରହିବ ଏବଂ କାହାକୁ କେଉଁ ବିଭାଗ ମିଳିବ ସେନେଇ ଆଲୋଚନା ହୋଇପାରେ।

Share