Categories: ଜାତୀୟ

ବଡ ଆତଙ୍କବାଦୀ ଷଡଯନ୍ତ୍ର ବିଫଳ

ଶ୍ରୀନଗର,୨୮।୪: ଜମ୍ମୁ-କଶ୍ମୀରର ସିଡ୍ରାରେ ଗୁରୁବାର ସନ୍ଦେହଜନକ ଆଇଇଡି ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଦ୍ୱାରା ଆଇଇଡି ନଷ୍ଟ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ ଗସ୍ତର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୨୨ରେ, ଜମ୍ମୁର ସଞ୍ଜୱାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଦୁଇଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ। ଏହାପୂର୍ବରୁ ଆତଙ୍କବାଦୀଙ୍କ ଆକ୍ରମଣରେ ସିଏସଏଫର ଏସଆଇ ଏସପି ପଟେଲ ଶହୀଦ ହୋଇଥିବାବେଳେ ୧୦ ଜଣ ସିଏସଏଫ ଏବଂ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

Share