Advertisement

ସପ୍ତାହକୁ ସାଢ଼େ ୪ ଦିନ କାମ

ଦୁବାଇ,୭।୧୨: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଏହାର କର୍ମଚାରୀଙ୍କ କାର୍ଯ୍ୟଦିବସ ସମ୍ପର୍କୀତ ନିୟମରେ ପରିବର୍ତ୍ତନ କରିଛି। ଏଣିକି ଦେଶରେ ସପ୍ତାହକୁ (ଉଭୟ ସରକାରୀ ଓ ବେସରକାରୀ)କର୍ମଚାରୀଙ୍କୁ ସାଢ଼େ ଚାରି ଦିନ କାମ କରିବାକୁ ପଡ଼ିବ। ପ୍ରତ୍ୟେକ ଶନିବାର ଓ ରବିବାର ଛୁଟି। ଅର୍ଥାତ ଅଫିସ ଆସିବାର ଆବଶ୍ୟକତା ନାହିଁ। ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତୀତା ମନଭାବ ବୃଦ୍ଧି ପାଇବ ବୋଲି ସରକାରୀ ସ୍ତରରେ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ତେବେ ୟୁଏଇ ଛଡ଼ା ସମସ୍ତ ଗଲ୍ଫ ଦେଶରେ ଶୁକ୍ରବାର-ଶନିବାର ସାପ୍ତାହିକ ଛୁଟି ରହିଛି।

ଜାନୁୟାରୀ ୧ରୁ ‘ଜାତୀୟ କାର୍ଯ୍ୟକାରୀ ଦିବସ’ ମାନିବା ସରକାରୀ ସଂସ୍ଥା ପାଇଁ ବାଧ୍ୟତାମୂଳକ। ଶୁକ୍ରବାର ମୁସଲାମାନଙ୍କ ନମାଜ ପାଠ ଥିବାରୁ ଅର୍ଦ୍ଧ କୋହଳ କରାଯାଇଛି। ବର୍ଷସାରା ଶୁକ୍ରବାର ମଧ୍ୟାହ୍ନ ୧ଟା ୧୫ରୁ ମସଜୀଦରେ ନମାଜ ପାଠ ହେବ। ନୂଆ ଟାଇମଲାଇନ ଅନୁସାରେ, ବେସରକାରୀ କ୍ଷେତ୍ରରେ ଶୁକ୍ରବାର ମଧ୍ୟାହ୍ନରୁ ରବିବାର ପର୍ଯ୍ୟନ୍ତ ଛୁଟି ହେବ।

ଆଉ ଏହା ବିଶ୍ୱର ଯେକୌଣସି ଦେଶ ଅପେକ୍ଷା ସବୁଠୁ ଲମ୍ବା ସପ୍ତାହିକ ଛୁଟି ବୋଲି ଘୋଷଣା କରିଛି ଓ୍ବାମ (ସରକାରୀ ନ୍ୟୁଜ ଏଜେନ୍ସି)। ପ୍ରଥମ ଦେଶ ଭାବେ ୟୁଏଇ ବିଶ୍ୱର ୫ ଦିନ ଛୁଟିକୁ ଠାରୁ ଛୋଟିଆ ଜାତୀୟ କାର୍ଯ୍ୟକାରୀ ସପ୍ତାହ ନିୟମ ଆଣିଛି ବୋଲି ଏହା ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share