ବଡ଼ ଅପଡେଟ୍‌: ଭୀଷଣ ବାତ୍ୟା ସମୟରେ ଏହି ୧୧ ଜିଲାକୁ ମାଡି ଆସିବ…ହୋଇଯାଆନ୍ତୁ ସତର୍କ

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’।
ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଭିତରକନିକା-ଧାମରା ପାଖରେ ବାତ୍ୟା ‘ଦାନା’ଉପକୂଳ ଅତିକ୍ରମ କରିବ। ତେବେ ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା ରହିଛି। ୧୬ ଜିଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ଆସିପାରେ। ସେହି ଜିଲାଗୁଡିକ ହେଉଛି ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ। ଏହି ସବୁ ଜିଲାଗୁଡିକରେ ବନ୍ୟା ଆସିପାରେ।

ଆଜି ମଧ୍ୟରାତ୍ରରୁ ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ରାତି ୩ଟାରୁ ଭୋର୍‌ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ। ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲା ଉପରେ ପଡିବ। ଲ୍ୟାଣ୍ଡଫଲ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଓ ଉପକୂଳ ଆଡେ ମୁହାଁଇଛି ସାଇକ୍ଲୋନ ‘ଦାନା’। ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଭିତରକନିକା-ଧାମରା ପାଖରେ ‘ଦାନା’ ଲ୍ୟାଣ୍ଡଫଲ...

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପାଇଁ କାଉଣ୍ଟଡାଉନ ଆରମ୍ଭ: ପାରାଦୀପଠାରୁ ମାତ୍ର ୮୦ କିମି ଦୂରରେ…

ଭୁବନେଶ୍ୱର,୨୪।୧୦: ସାମୁଦ୍ରିକ ଝଡ଼ ‘ଦାନା’ କୂଳଆଡକୁ ମାଡି ଆସୁଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବାତ୍ୟା ପାରାଦୀପଠାରୁ ୮୦ କିମି ଦୂରରେ ରହିଥିବା...

ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ।...

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି...

ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର...

ଶୁକ୍ରବାର ଏହି ଜିଲାରେ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୧୦: ଶୁକ୍ରବାର କନ୍ଧମାଳ ଜିଲାରେ ବନ୍ଦ ରହିବ ସ୍କୁଲ। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଜିଲା ଶିକ୍ଷାଧିକାରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଏହା ପୂର୍ବରୁ...

‘ଦାନା’ ପ୍ରଭାବ: ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ...

ଉପକୂଳ ମୁହାଁ ହେଉଛି ‘ଦାନା’, ପାରାଦୀପରୁ ମାତ୍ର ଏତିକି କିମି ଦୂରରେ ରହିଛି…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’। ଗତ ୬ ଘଣ୍ଟାରେ ୧୦ କିମି ବେଗରେ ଗତି କରୁଛି। ପାରାଦୀପର ଦକ୍ଷିଣପୂର୍ବକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri