
ଭୁବନେଶ୍ୱର,୪।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ୍ ବିରୋଧରେ ଭୋଟ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।
BJD faces internal turmoil: ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।
BJD faces internal turmoil: ୱାକଫ ବିଲ ନେଇ ବିଜେଡିରେ କମ୍ପନ ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଦଳର ପୁରୁଖା ନେତା । ସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ନବୀନ ନିବାସରେ ବସିଛି ବୈଠକ । ଦଳୀୟ ବୈଠକରେ ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟ, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଦେବୀ ମିଶ୍ର, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ସାମଲ, ଶଶୀ ବେହେରା, ରଜନୀକାନ୍ତ ସିଂ, ନୃସିଂହ ସାହୁ, ରଘୁ ସାହୁଙ୍କ ସମେତ ଦଳର ମୁଖପାତ୍ରମାନେ ମଧ୍ୟ ସାମିଲ ହୋଇଛନ୍ତି ।
ତେବେ ଆଲୋଚନା ପରେ ନବୀନ ନିବାସରୁ ଆସିଛି ବଡ଼ ଖବର। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରୁ ବାହାରି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସଂଗଠନ ସଂପର୍କରେ ଆଲୋଚନା ହୋଇଛି। ଓ୍ବକଫ ବିଲ ସଂପର୍କରେ ବି ଆଲୋଚନା ହୋଇଛି। ବିଜେଡି ଧର୍ମନିରପେକ୍ଷ ଦଳ, ଅତୀତରେ ଥିଲା, ଆଗକୁ ବି ରହିବ। ଧର୍ମନିରପେକ୍ଷ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନି। ସମଦୂରତ୍ୱ ମଧ୍ୟ ବଜାୟ ରହିଛି ବୋଲି କହିଛନ୍ତି ପ୍ରସନ୍ନ।