Categories: ଜାତୀୟ

ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ବଡ ଅପଡେଟ, ଦଶମ-ଦ୍ୱାଦଶ ପରୀକ୍ଷାରେ ମିଳିବ ନାହିଁ ଡିଭିଜନ ଅବା ଡିଷ୍ଟିଙ୍କଶନ

ନୂଆଦିଲ୍ଲୀ,୧।୧୨: ଦଶମ ଏବଂ ଦ୍ୱାଦଶ ପିଲାଙ୍କ ପାଇଁ ସିବିଏସଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଏହାର ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ ୱେବସାଇଟ cbse.gov.in ରେ ପୋଷ୍ଟ କରାଯାଇଛି। ଏହି ଅନୁଯାୟୀ, ୨୦୨୪ରେ CBSE ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୂତ ହେଉଥିବା ଛାତ୍ରୀଛାତ୍ରମାନଙ୍କୁ ଡିଭିଜନ, ର଼୍ୟାଙ୍କ କିମ୍ବା ଏଗ୍ରିଗେଟ ମାର୍କ ଦିଆଯିବ ନାହିଁ।
ନୂତନ ଶିକ୍ଷା ନୀତି ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ଜଗତରେ ଅନେକ ପରିବର୍ତ୍ତନ କରାଯାଉଛି । ସିବିଏସଇ ବୋର୍ଡର ଏହି ପଦକ୍ଷେପ ସହିତ ବୋର୍ଡ ପରୀକ୍ଷାର୍ଥୀଙ୍କ ଉପରେ ଫଳାଫଳର କମ ଚାପ ରହିବ ଏବଂ ସେମାନେ ଏକ ଭଲ ଉପାୟରେ ପ୍ରସ୍ତୁତ ହୋଇପାରିବେ।

Share