Categories: ଖେଳ

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି ସିଜିନ୍‌ରେ ଅର୍ଥାତ୍‌ ଆଇପିଏଲ ୨୦୨୪, ଧୋନୀ ଚେନ୍ନାଇର ଅଧିନାୟିକତ୍ୱ କରୁ ନ ଥିଲେ। ଧୋନୀଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ ସିଏସ୍‌କେ ଦାୟିତ୍ୱ ନେଇଥିଲେ। ଗାଇକ୍ୱାଡଙ୍କ ଅଧିନାୟିକତ୍ୱରେ ଚେନ୍ନାଇ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ବର୍ତ୍ତମାନ ଏହି ସମୟରେ ଧୋନୀଙ୍କ ଆଇପିଏଲ ଅବସରକୁ ନେଇ ଏକ ବଡ ଅପଡେଟ୍‌ ଆସିଛି।
ଧୋନୀ ଚେନ୍ନାଇର କାହାକୁ କହି ନାହାଁନ୍ତି ଯେ, ସେ ଅବସର ନେଉଛନ୍ତି। ଧୋନୀ ପରିଚାଳନାକୁ କହିଛନ୍ତି ଯେ, ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କିଛି ମାସ ଅପେକ୍ଷା କରିବେ।
ଏହି ରିପୋର୍ଟ ଅନୁଯାୟୀ, ଧୋନୀଙ୍କୁ ଆସନ୍ତା ସିଜନରେ ମଧ୍ୟ ଦେଖିବାକୁ ମିଳିବ ବୋଲି କୁହାଯାଇପାରେ। ଏଭଳି ପରିସ୍ଥିତିରେ ଧୋନୀଙ୍କୁ ଆସନ୍ତା ସିଜନରେ ଚେନ୍ନାଇ ଜର୍ସିରେ ଦେଖିବାକୁ ମିଳିବ ନା ଏହା ପୂର୍ବରୁ ସେ କ୍ରିକେଟ ବିଦାୟ ନେଉଛନ୍ତି ତାହା ଦେଖିବାକୁ କୌତୁହଳପ୍ରଦ ହେବ।
ସୂଚନାଯୋଗ୍ୟ ଯେ ଚେନ୍ନାଇ ସୁପର କିଙ୍ଗ୍ସ ଗତ ସିଜନରେ ଆଇପିଏଲ ଟାଇଟଲ ଜିତିଥିଲା। ୨୦୨୩ରେ ଚେନ୍ନାଇର ବିଜୟ ପରେ ଧୋନି କ୍ରିକେଟ ପାଇଁ ବିଦାୟ ନେବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ସେ ତାହା କରି ନ ଥିଲେ ଏବଂ ପ୍ରଶଂସକମାନଙ୍କୁ ଉପହାର ଦେଇ ଆଇପିଏଲ ୨୦୨୪ରେ ଫେରିଥିଲେ। ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଥିଲେ। କିନ୍ତୁ ସେ ଆଇପିଏଲ ଖେଳିବା ଜାରି ରଖିଥିଲେ।

Share