Categories: ଖେଳ

ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ବଡ଼ ଅପଡେଟ୍‌, ଜାଣନ୍ତୁ ଏସିଆ କପରେ ଖେଳିବେ କି ନାହିଁ

ନୂଆଦିଲ୍ଲୀ,୫।୮: ୨୦୨୩ ଏସିଆ କପ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ସମସ୍ତେ ଅଗଷ୍ଟ ୨୧ରେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଏସିଆ କପ କ୍ୟାମ୍ପରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି।

ଇନ୍ସାଇଡ ସ୍ପୋଟର୍‌ସ ଏହାର ଏକ ରିପୋର୍ଟରେ କହିଛି ଯେ, ଉଭୟ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ଏସିଆ କପ କ୍ୟାମ୍ପରେ ସାମିଲ ହେବେ। ଇନସାଇଡ ସ୍ପୋର୍ଟସ ବିସିସିଆଇର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି, ଉଭୟ (ରାହୁଲ ଏବଂ ଆୟର) କ୍ୟାମ୍ପରେ ରହିବେ। ଯଦିଓ କେ.ଏଲ ରାହୁଲ କିମ୍ବା ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଫିଟ୍‌ ନୁହଁନ୍ତି, ସେମାନେ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଉଭୟ ଏହି ଶିବିରରେ ସାମିଲ ହେବେ।

ବିସିସିଆଇ ଅଧିକାରୀ କହିଛନ୍ତି, ରାହୁଲ ଏବଂ ଆୟର ସେମାନଙ୍କ ପୁନରୁଦ୍ଧାର ପ୍ରକ୍ରିୟା ମଧ୍ୟରେ ଏହି ଶିବିରରେ ଯୋଗଦେବେ ଏବଂ ଏସିଆ କପ ପାଇଁ ମଞ୍ଜୁରୀ ମିଳିବା ପୂର୍ବରୁ ଦଳ ଟମ୍‌ ପ୍ରବନ୍ଧନ ଏହାର ମୂଲ୍ୟାଙ୍କନ କରାଯିବ।

Share