Categories: ଫୁରସତ

ବଡ଼ ଭାଓଲିନ, ବଜାଇବା ଲାଗି ଆବଶ୍ୟକ ତିନି ଜଣ…

ଭାଓଲିନ୍‌ର ଧୂନ ବହୁତ ଭଲ ଲାଗେ। ବାମ ହାତ ଓ କାନ୍ଧ ସାହାଯ୍ୟରେ ଭାଓଲିନ୍‌କୁ ଧରି ଡାହାଣ ହାତରେ ଏହାର ଷ୍ଟିକ୍‌କୁ ଧରି ବଜାଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ ଭାଓଲିନ ଅଛି, ଯାହାକୁ ହାତରେ ଧରି ବଜାଇବା ଅସମ୍ଭବ। କେବଳ ସେତିକି ନୁହେଁ ଏହାକୁ ବଜାଇବା ଲାଗି ତିନି ଜଣ ଆବଶ୍ୟକ ପଡ଼ନ୍ତି। କାରଣ ଏଇ ଭାଓଲିନ୍‌ଟି ହେଉଛି ପୃଥିବୀର ସବୁଠାରୁ ବଡ଼ ଭାଓଲିନ୍‌। ଯାହାର ଉଚ୍ଚତା ୪.୨୮ ମିଟର ହୋଇଥିବାବେଳେ ଓସାର ୧.୪ ମିଟର ଓ ଓଜନ ୧୩୦ କି.ଗ୍ରା.। ୨୦୧୦ରେ ଏହାକୁ ଜର୍ମାନୀର ୧୫ ଜଣ ଭାଓଲିନ୍‌ ନିର୍ମାତା ମିଶି ତିଆରି କରିଥିଲେ। ଏହାକୁ ତିଆରି କରିବା ଲାଗି ପ୍ରାୟ ୨୦୦୦ ଘଣ୍ଟା ବା ୮୩ ଦିନ ସମୟ ଲାଗିଥିଲା। ଏହାର ଷ୍ଟିକ୍‌ ବା ବୋ’ର ଲମ୍ବ ୫.୨୨ ମିଟର। ତେଣୁ ଏହାକୁ ବଜାଇବା ଲାଗି ତିନି ଜଣ ଆବଶ୍ୟକ ପଡ଼ନ୍ତି।

Share