ଆଜିଠୁ ଷ୍ଟାର କିରଣରେ ‘ବଡ଼ଦିନ ବଡ଼ ସପ୍ତାହ’

ଭୁବନେଶ୍ୱର,୨୪।୧୨: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲେ ଷ୍ଟାର କିରଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ ସପ୍ତାହ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୨୪ରୁ ୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ମନୋରଞ୍ଜନର ମହା ସମ୍ଭାରର ପ୍ରସ୍ତୁତ କରାଯାଇଛି। ଏପରିକି ଏହି ୯ଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୯ଟି ସିନେମା ପ୍ରତ୍ୟେକ ଦିନ ୧ ଟାରେ ପ୍ରଦର୍ଶିତ ହେବ। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୪ (ଶନିବାର)ରେ ‘ଟଙ୍କା ତତେ ସଲାମ୍‌’, ଡିସେମ୍ବର ୨୫ (ରବିବାର)ରେ ‘ମୋ ଦୁନିଆ ତୁ ହିଁ ତୁ’, ଡିସେମ୍ବର ୨୬ (ସୋମବାର) ରେ ‘ମୀମାଂସା’, ଡିସେମ୍ବର ୨୭ (ମଙ୍ଗଳବାର)ରେ ‘ତାଣ୍ଡବ’, ଡିସେମ୍ବର ୨୮ (ବୁଧବାର)ରେ ‘ଲାଲ ଓଢ଼ଣି’, ଡିସେମ୍ବର ୨୯ (ଗୁରୁବାର)ରେ ‘ଅଦୃଶ୍ୟମ’, ଡିସେମ୍ବର ୩୦ (ଶୁକ୍ରବାର)ରେ ‘ଲୁଚକାଳି’, ଡିସେମ୍ବର ୩୧ (ଶନିବାର)ରେ ‘ଚରିତ୍ର’ ଏବଂ ଜାନୁୟାରୀ ୧(ରବିବାର)ରେ ‘କିଏ ସେ ଡାକୁଛି କୋଉଠି ମୋତେ’ର ପ୍ରସାରଣ କରାଯିବ।
ସେହିଭଳି ଡିସେମ୍ବର ୨୫ ସା ୫ଟାରେ ‘ତୋ ନା ର ମାନେ ହଁ’, ଡିସେମ୍ବର ୩୧ ସା ୬ଟା ୩୦ ରେ ‘ସହରୀ ବାଘ’ ଏବଂ ଜାନୁୟାରୀ ୧ ସା ୫ଟା ୩୦ ରେ ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’ ଭଳି ସୁପରହିଟ ଓଡ଼ିଆ ଚଳଚ୍ଚିତ୍ରର ୱାର୍ଲଡ ଟିଭି ପ୍ରିମିୟର ହେବ ବୋଲି ଷ୍ଟାର୍‌ କିରଣ ପକ୍ଷରୁ କୁହାଯାଇଛି। ଏପରିକି ଚ୍ୟାନେଲରେ ପ୍ରଥମ ୨ଟି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ସମ୍ବିତ ଆଚାର୍ଯ୍ୟ ଅଭିନୟ କରିଥିବାବେଳେ ଶୈଳେନ୍ଦ୍ର ସାମନ୍ତରାୟ ଗୋଟିଏ ସିନେମାରେ ଅଭିନୟ କରିଛନ୍ତି। ଅପରପକ୍ଷରେ ବର୍ଷର ଶେଷ ଦିନଗୁଡିକରେ ଓଡ଼ିଆ ଦର୍ଶକମାନଙ୍କୁ ଉପରୋକ୍ତ ସିନେମା ଜରିଆରେ ମନୋରଞ୍ଜନ କରାଇବାର ପ୍ରୟାସ ଚ୍ୟାନେଲ ପକ୍ଷରୁ କରାଯାଇଛି।
ସୂଚନାଯୋଗ୍ୟ, ଯେ ଷ୍ଟାର୍‌ କିରଣରେ ପ୍ରଦର୍ଶିତ ହେଉଥିବା ଧାରାବାହିକ କିଏ ପର କିଏ ଆପଣାର ସ୍ବତନ୍ତ୍ର ଏପିସୋଡ୍‌ (ବଡ଼ ଅଧ୍ୟାୟ) ଡିିସେମ୍ବର ୨୫ ରାତି ୮ଟାରୁ ୯ ଟା ପର୍ଯ୍ୟନ୍ତ ପ୍ରସାରିତ ହେବ। ଏହି ଘଣ୍ଟାକର ମନୋରଞ୍ଜନ ଓ ରୋମାଞ୍ଚ ଭରା ଧାରାବାହିକକୁ ଆହୁରି ଚିତ୍ତାକର୍ଷକ କରିବା ପାଇଁ ଓଲିଉଡ୍‌ ଷ୍ଟାର୍‌ ସବ୍ୟସାଚୀ ମିଶ୍ର ମଧ୍ୟ ଉକ୍ତ ଏପିସୋଡ୍‌ରେ ଦେଖା ଦେବେ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ଏପରିକି ଉକ୍ତ ଏପିସୋଡ୍‌କୁ ଅଧିକ ସଂଖ୍ୟାର ଦର୍ଶକ ଦେଖିବାକୁ ଚ୍ୟାନେଲ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

ଲାଇଫ୍‌ ଷ୍ଟାଇଲର ସେଲ୍‌ ଅଫ୍‌ ଦି ସିଜନ

ନୂଆଦିଲ୍ଲୀ,୨୧।୧୨: ଲାଇଫ୍‌ ଷ୍ଟାଇଲର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ‘ସେଲ୍‌ ଅଫ୍‌ ଦି ସିଜନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସ୍ବତନ୍ତ୍ର ବିକ୍ରୟ ଅଫର...

ବିଆଇଏସ୍‌ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ୨ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ...

ଓରେରାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ର ନୂତନ ୱେବ୍‌ସାଇଟ୍‌ https://rera.odisha.gov.in ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓରେରା ସଂସ୍କରଣ ୨.୦ର...

ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୨୧।୧୨: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି ଭାରତୀୟ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri