ଗ୍ଲାମର ଇଣ୍ଡଷ୍ଟ୍ରିକୁ ଅଲବିଦା କହିଲେ ଆଉ ଜଣେ ଅଭିନେତ୍ରୀ

ଜାଇରା ୱାସିମ ଏବଂ ସାନା ଖାନଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିଛନ୍ତି। ଅଭିନେତ୍ରୀ ମେହଜବି ସିଦ୍ଦିକି ସବୁକିଛି ଛାଡି ହିଜାବରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ନିଜ ଜୀବନକୁ ଆଲ୍ଲାଙ୍କ ଉପାସନାରେ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ଶେୟାର କରି ମେହଜବି ଇଣ୍ଡଷ୍ଟ୍ରୀ ଛାଡିବାର ନିଜର ମତ ରଖିଛନ୍ତି। ସେ କହିଛନ୍ତି, ସେ ଏବେ ଆଲ୍ଲାଙ୍କ ପଥ ଅନୁସରଣ କରିବାକୁ ଚାହୁଁଛନ୍ତି। ଗତ ଏକ ବର୍ଷଠାରୁ ଅଭିନେତ୍ରୀ ସନା ଖାନଙ୍କୁ ଅନୁସରଣ କରୁଛନ୍ତି ଏବଂ ତାଙ୍କ ଦ୍ୱାରା ପ୍ରଭାବିତ ହେବା ପରେ ହିଁ ଆଲ୍ଲାଙ୍କ ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେଠାରୁ ସବୁବେଳେ ହିଜାବରେ ରହିବି। ଗତ ବର୍ଷ ଧରି ଅତ୍ୟଧିକ ବିବ୍ରତ ହୋଇଥିଲି। କାହାକୁ ଖୁସି କରିବା ପାଇଁ ତୁମେ ଯାହା ବି କର, ଲୋକମାନେ ଖୁସି ହୁଅନ୍ତି ନାହିଁ। ଆଲ୍ଲାଙ୍କୁ ଖୁସି ରଖିବା ଭଲ। ମୁଁ ଆଲ୍ଲାଙ୍କୁ ଉପାସନା କରି ଆରାମ ପାଇଛି ଏବଂ ମୁଁ ଆଶା କରେ ଆଲ୍ଲା ମୋର ପାପ କ୍ଷମା କରିବେ, ମୋତେ ଧାର୍ମିକ ପଥରେ ଚାଲିବାର କ୍ଷମତା ଦେବେ।
ଏହାପୂର୍ବରୁ ଅଭିନେତ୍ରୀ ସନା ଖାନ ଏବଂ ଜାୟରା ୱାସିମ ମଧ୍ୟ ଗ୍ଲାମର ଦୁନିଆରୁ ବିଦାୟ ନେଇଥିଲେ। ବିଗ୍‌ବସ୍‌-୧୧ରେ ମେହଜବି ଅଂଶଗ୍ରହଣ କରିଥିଲେ। ସେ ତାଙ୍କ ମେକ୍‌ଓଭର୍‌ ପାଇଁ ଚଚର୍ଚ୍ଚାରେ ଥିଲେ।

Share