ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଅଭିନେତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୭।୯-ପୂର୍ବତନ ବିଗବସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂରା ସତର୍କତା ଅବଲମ୍ବନ କରିବା ପରେ ବି ମୁଁ କରୋନାରେ ସଂକ୍ରମିତ ହୋଇଛି। ଦୁଇ ଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲି। ସେଠାରେ ପ୍ରବଳ ଗହଳି ଥିଲା। ସୁଟିଂକୁ ଯିବା ପୂର୍ବରୁ କରୋନା ଟେଷ୍ଟ କରାଇଲି। ଏହାପରେ ମୋର ରିପୋର୍ଟ ପଜିଟିଭ ଆସିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ତୁରନ୍ତ କରୋନା ପରୀକ୍ଷା କରାଇ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Share