ଡାକ୍ତରଖାନାରେ ଜସ୍ମିନ, ଚିନ୍ତାରେ ପ୍ରଶଂସକ

ବମ୍ବେ: ବିଗ୍‌ ବସ୍‌ ପ୍ରତିଯୋଗୀ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ ଭସିନ ଅସୁସ୍ଥ। ଏଥିଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତ୍ରୀ ଫଟୋ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଫଟୋରେ ତାଙ୍କ ହାତରେ ସାଲାଇନ୍‌ ଲାଗିଥିବା ଦେଖିବାକୁ ମିଳୁଛି।
ତେବେ ପେଟରେ ସଂକ୍ରମଣକୁ ନେଇ ଜସ୍ମିନ ଅସୁସ୍ଥ ହୋଇପଡ଼ିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଅପରପକ୍ଷେ ଅଭିନେତ୍ରୀ ଅସୁସ୍ଥ ଥିବା ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକ ଚିନ୍ତିତ ହୋଇପଡ଼ିଛନ୍ତି। ଅନେକେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।
Share