୬ ମାସର ଗର୍ଭବତୀ ଥିବାବେଳେ ସ୍ତ୍ରୀଙ୍କୁ ଛାଡିପଳାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ଏବେ ବିଗ୍‌ ବସ୍‌ ଘରେ ଅଛନ୍ତି। ସେ ଘରର ସମସ୍ତ କାର୍ଯ୍ୟ ସଠିକ୍‌ ଭାବେ କରୁଛନ୍ତି। ନିକଟରେ ସେ ଏକ୍ସଟ୍ରା ମସାଲା କାର୍ଯ୍ୟକ୍ରମରେ ଘରର କିଛି ସଦସ୍ୟଙ୍କ ଆଗରେ ନିଜ ମାତାପିତାଙ୍କ ଛାଡପତ୍ର ବିଷୟରେ ମତ ରଖିଥିଲେ। ଯେତେବେଳେ ମା’ ୬ ମାସର ଗର୍ଭବତୀ ଥିଲେ ସେତେବେଳେ ପିତା ତାଙ୍କୁ ଛାଡିକି ପଳାଇଥିଲେ। ମୋ ପାଇଁ ମା’ ଉଭୟ ମାତାପିତା ଦାୟିତ୍ୱ ନିର୍ବାହ କରିଛନ୍ତି। ବିଗ୍‌ ବିସ୍‌ ଘରକୁ ଆସିବା ପୂର୍ବରୁ ଗୋଟିଏ କଥା ମୋର ଚିନ୍ତା ଥିଲା ମା’ଙ୍କ ଯତ୍ନ କିଏ ନେବ ବୋଲି ଜାନ୍‌ କହିଛନ୍ତି। ପ୍ରେମ କେବଳ ଜଣେ ବ୍ୟକ୍ତିଙ୍କ ସହ ହୋଇଥାଏ, ମୁଁ ମୋ ମା’ଙ୍କ ଏହି କଥାରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ଜାନ ବିଗ୍‌ ବସ୍‌ରେ ଭାଗ ନେବା ପୂର୍ବରୁ ପିତା କୁମାର ସାନୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୁଅକୁ ଜିତାଇବା ପାଇଁ ଅପିଲ କରିଥିଲେ।

Share