ମୁମ୍ବାଇ, ୨୨।୨: ବିଗ୍ ବସ୍-୧୪ରେ ଜଣେ ଚ୍ୟାଲେଞ୍ଜର ଭାବେ ସାମିଲ ହୋଇଥିବା ରାକ୍ଷୀ ସାଓ୍ବନ୍ତ ରବିବାର ଶୋ’ରୁ ଓହରି ଯାଇଛନ୍ତି। ଚଳିତ ସିଜନର ଗ୍ରାଣ୍ଡ ଫାଇନାଲ ରାତିରେ ବିଜେତା ଦୌଡ଼ ବଦଳରେ ସେ ବାଛି ଥିଲେ ୧୪ ଲକ୍ଷ ଟଙ୍କା। ଫଳରେ ଆର୍ଶି ଖାନ, କଶ୍ମିରା ଶାହ ଓ ରାହୁଲ ମହାଜନ ହିଁ ଏହି ରିଆଲିଟି ଶୋ’ର ବିଜେତା ଦୌଡ଼ରେ ରହିଛନ୍ତି।
ଚଳିତ ସିଜନରେ ମୁଖ୍ୟତଃ ରାକ୍ଷୀ ସାଓ୍ବନ୍ତ ଭିଓର୍ସଙ୍କୁ ଯୋଗାଇଥିଲେ ଏଣ୍ଟରଟେନମେଣ୍ଟ ଖୋରାକ। ‘ମୁଣ୍ଡି ତୋଡ ଦିଆ’ ଘଟଣା ତାଙ୍କୁ ଦେଇଥିଲା ମାଇଲେଜ। ଆଉ ଏହା ଟୁଇଟରରେ ଟ୍ରେଣ୍ଡ ପାଲଟିଥିଲା। ତେବେ ଶୋ’ରେ ସ୍ବାମୀ ରିତେଶଙ୍କ ସମ୍ପର୍କରେ ବହୁ ବିବାଦୀୟ କଥା ଖୋଲି ଥିଲେ।