ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜ୍‌ରନ୍‌’

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜରନ୍‌’। ଶୋ’ର ପ୍ରତିଯୋଗୀ କରନ କୁନ୍ଦ୍ରା-ତେଜସ୍ବୀ ପ୍ରକାଶଙ୍କ କ୍ୟୁଟ୍‌ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତୁଛି। ପ୍ରଶଂସକମାନେ ଉଭୟଙ୍କ ଛୋଟ ଛୋଟ ମୂହୁର୍ତ୍ତକୁ କଏଦ କରୁଛନ୍ତି। ସୋସିଆଲ ମିଡିଆରେ ଅନେକ ସେଭଳି ଭିଡିଓ ଭାଇରାଲ ହେଉଛି।

ଶୋ’ ବାହାର ଜୀବନକୁ ଦେଖିଲେ ପ୍ରାୟ ଦୁଇ ବର୍ଷ କରନ୍‌ଙ୍କ ବ୍ରେକ୍‌ଅପ୍‌ ହୋଇଛି। ଦୀର୍ଘଦିନର ପ୍ରେମିକା ଅନୁଶା ଦାଣ୍ଡେକରଙ୍କଠାରୁ ଅଲଗା ହୋଇଛନ୍ତି ସେ। ଏଣୁ ସେ ଏବେ ସାଥୀଟିଏ ଅପେକ୍ଷାରେ ଅଛନ୍ତି। ଏଥର ଯାହାକୁ ବି ସେ ବାଛିବେ ତାଙ୍କୁ ବିବାହ କରିବେ ବୋଲି ଅଭିନେତା କହିଛନ୍ତି।

ଅପରପକ୍ଷେ ତେଜସ୍ବୀଙ୍କ ନାମ ଆଜିଯାଏ କାହାରି ସହ ଯୋଡ଼ାଯାଇନାହିଁ। ବ୍ୟକ୍ତିଗତ ଜୀବନକୁ ଦେଖିଲେ ସେ ବେଶ ଚୁଲବୁଲି। ଜଣେ ଇଞ୍ଜିନିୟର ହୋଇଥିଲେ ହେଁ ସେ ଅଭିନୟକୁ ପେସା ଭାବେ ଗ୍ରହଣ କରିଛନ୍ତି। ବିଗ୍‌ବସ୍‌ରେ ମଧ୍ୟ ତେଜସ୍ବୀ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛନ୍ତି।

Share