ଡାକ୍ତରଖାନାରେ ରାକେଶ, ତଡ଼ା ଖାଇଲେ ଅଫ୍‌ସାନା

ବମ୍ବେ: ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବାର ସପ୍ତାହେ ନ ପୂରୁଣୁ ଶୋ’ରୁ ବାହାରିଛନ୍ତି ଅଭିନେତା ରାକେଶ ବାପଟ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାକେଶଙ୍କ କିଡନୀରେ ଷ୍ଟୋନ(ପଥର) ହୋଇଛି।
କୁହାଯାଉଛି ରାକେଶଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଥିନେଇ ତାଙ୍କୁ ବିଗ୍‌ବସ୍‌ ଘରୁ ବାହାରକୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଠିକ୍‌ ହେବା ପରେ ସେ ଶୋ’କୁ ଫେରିବେ ବୋଲି କୁହାଯାଉଛି।

ଦୀପାବଳି ସ୍ପେଶାଲ ସପ୍ତାହରେ ରାକେଶ ଏବଂ ନେହା ଭସିନ ଓ୍ବାଇଲ୍ଡ କାର୍ଡ ଭାବେ ଶୋ’ରେ ଏଣ୍ଟ୍ରି କରିଥିଲେ। ପୂର୍ବରୁ ବିଗ୍‌ବସ୍‌ ଓଟିଟିରେ ରାକେଶଙ୍କ ଅନ୍ୟତମ ପ୍ରତିଯୋଗୀ ସମିତା ସେଟ୍ଟୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଏଣୁ ପୁଣିଥରେ ଶୋ’ରେ ରାକେଶଙ୍କୁ ଦେଖି ସମିତା ବେଶ ଖୁସି ହୋଇଯାଇଥିଲେ।

ରାକେଶଙ୍କ ବ୍ୟତିତ ପ୍ରତିଯୋଗୀ ଅଫ୍‌ସାନା ଖାନ୍‌ ମଧ୍ୟ ଶୋ’ରୁ ବାହାର ହୋଇଛନ୍ତି। ତାଙ୍କୁ ପ୍ୟାନିକ୍‌ ଆଟାକ୍‌ ଆସିଥିଲା। ଉମର ରିୟାଜ ଭିଆଇପି ଟାସ୍କ ସମୟରେ ଅଫ୍‌ସାନାଙ୍କ ସ୍ଥାନରେ କରନ୍‌ କୁନ୍ଦ୍ରା, ନିଶାନ୍ତ ଭଟ୍ଟ ଏବଂ ତେଜସ୍ବି ପ୍ରକାଶଙ୍କୁ ବାଛିଥିଲେ। ଏହାକୁ ଅଫସାନାଙ୍କୁ ଆଘାତ ଦେଇଥିଲା। ସେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ଏପରିକି ନିଜକୁ କ୍ଷତି ପହଞ୍ଚାଇବାକୁ ହାତରେ ଛୁରୀ ଧରିବାକୁ ପଛାଇ ନ ଥିଲେ। ତାଙ୍କୁ ଉମର, ଜୟ ଭାନୁଶାଳୀ ଏବଂ କରନ୍‌ ରୋକିବାକୁ ଚେଷ୍ଟା କରିଥିଲେ। ପରେ ସମିତା-ଅଫ୍‌ସାନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ କଥା ଆଗକୁ ବଢ଼ିବା ଯୋଗୁ ବିଗ୍‌ବସ୍‌ ଅଫ୍‌ସାନାଙ୍କୁ ଶୋ’ରୁ ବାହାର କରିଦେଇଥିଲେ।

Share