ଟୁଇଟରରେ ଟ୍ରେଣ୍ଡ କରୁଛି ‘ବ୍ରିଙ୍ଗ୍‌ ବ୍ୟାକ୍‌ ଅର୍ଚ୍ଚନା’

ବମ୍ବେ: ଶାରୀରିକ ହିଂସାକୁ ବିଗ୍‌ବସ୍‌ରେ ବାରଣ କରାଯାଇଛି। ହେଲେ ସିଜନ ୧୬ ପ୍ରତିଯୋଗୀ ଶିବ ଠାକରେଙ୍କ ସହ ସେଭଳି କିଛି ଆଚରଣକୁ ନେଇ ରାତି ଅଧିଆ ଶୋ’ରୁ ବିଦା ହୋଇଛନ୍ତି ଅର୍ଚ୍ଚନା ଗୌତମ। ହେଲେ ଏହାକୁ ତାଙ୍କ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିଲାଗି ଟୁଇଟରରେ ‘ବ୍ରିଙ୍ଗ ବ୍ୟାକ୍‌ ଅଚ୍ଚନା’ ଅର୍ଥାତ ଅର୍ଚ୍ଚନାଙ୍କୁ ଫେରାଇ ଆଣ ବୋଲି ଟ୍ରେଣ୍ଡ ହେଉଛି।

ଗତ ଏପିସୋଡରେ ଶିବଙ୍କ ବାରମ୍ବାର କଟାକ୍ଷ ଶୁଣି ରାଗରେ ନିଆଁବାଣ ହୋଇଯାଇଥିଲେ। ସେ ତାଙ୍କର ବେକ ଚିପି ଧରିଥିଲେ। ଏହାକୁ ନେଇ ଅନ୍ୟ ସମସ୍ତ ପ୍ରତିଯୋଗୀ ବିଗ୍‌ବସ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ, ଯାହାର ଦଣ୍ଡ ସ୍ବରୂପ ଅର୍ଚ୍ଚନାଙ୍କୁ ବାହାରର ରାସ୍ତା ଦେଖାଇ ଦିଆଯାଇଛି। ହେଲେ ତାଙ୍କ ପ୍ରଶଂସକ ନିର୍ମାତାଙ୍କ ଉପରେ ଏବେ ବର୍ଷୁଛନ୍ତି। ଶୋ’ର ପୂର୍ବ ସିଜନରେ ଏହାଠାରୁ ଅଧିକ ମାର୍‌ପିଟ ଦେଖିବାକୁ ମିଳିଛି। କିନ୍ତୁ ଉକ୍ତ ପ୍ରତିଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଅନେକ କହୁଛନ୍ତି।

Share