ବିଗ୍‌ବସ୍‌ ଏକ୍ସଟେନ୍‌ଶନ ଉପରେ ବାଜିଲା ମୋହର

ବମ୍ବେ: ଆଗକୁ ବଢ଼ିଲା ଫିନାଲେ ଡେଟ୍‌। ପ୍ରଶଂସକଙ୍କ ଭଲପାଇବାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ବିଗ୍‌ବସ୍‌ର ୧୬ତମ ସଂସ୍କରଣକୁ ଆଉ କିଛି ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନେଇ କେବଳ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏଥିରେ ମୋହର ବାଜିଛି।

ହୋଷ୍ଟ ସଲମାନଙ୍କ ସାଙ୍ଗକୁ ପ୍ରତିଯୋଗୀମାନଙ୍କ ଝଗଡ଼ା ଯୋଗୁ ଶୋ’ର ଟିଆର୍‌ପି ଦିନକୁ ଦିନ ବଢ଼ୁଛି। ଏହାକୁ ନେଇ ନିର୍ମାତା ଶୋ’ର ଫିନାଲେ ୨୦୨୩ ଫେବୃୟାରୀ ୧୨ରେ ହେବ ବୋଲି ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ବିଗ୍‌ବସ୍‌ର ୧୩ତମ ସିଜନ୍‌ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲା। ଚଳିତ ଥର ଶିବ ଠାକ୍‌ରେ, ପ୍ରିୟଙ୍କା ଚୌଧୁରୀ, ଶାଲିନ ଭନୋଟ, ଅର୍ଚ୍ଚନା ଗୌତମ ଏବଂ ଅବ୍ଦୁ ରଜିକ୍‌ଙ୍କ ଭଳି ପ୍ରତିଯୋଗୀ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ଯୋଗୁ ଶୋ’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ସହ ଅନେକ ରେକର୍ଡ ଭାଙ୍ଗୁଛି।

Share