ବଢ଼ୁଛି ଷ୍ଟାରଡମ୍‌: ବିଗ୍‌ବସ୍‌ ପରେ ଏବେ ‘ବିଗ୍‌ ବ୍ରଦର’ ୟୁକେରେ ନଜର ଆସିବେ ଅବ୍ଦୁ

ବମ୍ବେ: ବିଗ୍‌ବସ୍‌ ୧୬ରେ ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ ଅବ୍ଜୁ ରୋଜିକ୍‌। ତାଜାକିସ୍ତାନରୁ ଆସିଥିବା ଅବ୍ଦୁ ଲୋକପ୍ରିୟ ରିଆଲିଟି ଶୋ’ରେ ଭାଗ ନେଇ ରାତାରାତି ଷ୍ଟାରଡମ୍‌ ପାଇଥିଲେ। ଏବେ ତାଙ୍କ ଲୋକପ୍ରିୟତା ଏତେ ବଢ଼ି ଯାଇଛି ଯେ ତାଙ୍କୁ ‘ବିଗ୍‌ ବ୍ରଦର’ ୟୁକେ ପାଇଁ ଅଫର ମିଳିଛି। ସେ ଏଥିପାଇଁ ହଁ କହିଥିବା ମଧ୍ୟ କୁହାଯାଉଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ସେ ଜୁନ ନଚେତ ଜୁଲାଇ ପର୍ଯ୍ୟନ୍ତ ଶୋ’ରେ ଯୋଗ ଦେଇପାରନ୍ତି। ଏନେଇ ଆଧିକାରିକ ଭାବେ ଘୋଷଣା ହେବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

Share