ବିଗ୍‌ବସ୍‌ ଫେମ୍‌ ଅର୍ଚ୍ଚନାଙ୍କୁ କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଆକ୍ରମଣ, କିଏ ଭିଡିଲା ଚୁଟି ତ କିଏ ଦେଲା ଧକ୍କା

ବମ୍ବେ: ପୁଣି ଚର୍ଚ୍ଚାରେ ବିଗ୍‌ ବସ୍‌ ଫେମ୍‌ ଅର୍ଚ୍ଚନା ଗୌତମ। ଏଥର ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ ସହ କୋଲ୍ଡଓ୍ବାର୍‌କୁ ନେଇ ନୁହେଁ ବରଂ କଂଗ୍ରେସ ପାର୍ଟି ଅଫିସ ଭିତରକୁ ଯିବାକୁ ଚେଷ୍ଟା କରି ମାର୍‌ପିଟ୍‌ର ସମ୍ମୁଖୀନ ହେବା ଖବର ଶିରୋନାମା ପାଲଟିଛି। ସୋସିଆଲ ମିଡିଆରେ ଘଟଣାର ଅନେକ ଭିଡିଓ ଭାଇରାଲ ହେଉଛି।
ସମ୍ପୂର୍ଣ୍ଣ ଘଟଣା ଏଭଳି। ଅର୍ଚ୍ଚନା ନିଜ ବାପାଙ୍କ ସହ ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମହିଳା ଆରକ୍ଷଣ ବିଲ୍‌ ପାସ ହେବାକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ସେ ଆସିଥିଲେ। ହେଲେ ମହିଳା କଂଗ୍ରେସକର୍ମୀ ତାଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ। କେହି କେହି ତାଙ୍କ ଚୁଟି ଭିଡିବା ସହ କେହି ଧକ୍କା ଦେଇଥିଲେ। ଖରାପ ଭାଷାର ପ୍ରୟୋଗ କରିଥିଲେ। ଭାଇରାଲ ହେଉଥିବା ଭିଡିଓରେ ଅର୍ଚ୍ଚନା ଡରି ଯାଇଥିବା ବେଳେ ତାଙ୍କ ବାପା ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳୁଛି। ମାମଲାକୁ ନେଇ ଅର୍ଚ୍ଚନା କହିଛନ୍ତି, ତାଙ୍କ ସହ ଯାହା ହୋଇଛି ଠିକ୍‌ ହୋଇନାହିଁ। ସେ ଶାନ୍ତ ହୋଇ ବସିବେ ନାହିଁ, ଲଢ଼ିବେ।
ଦେଖନ୍ତୁ ଭିଡିଓ:

Share