ଦିନକ ପରେ ଗ୍ରାଣ୍ଡ ପ୍ରିମିୟର: ଜାଣନ୍ତୁ କେବେ-କେଉଁଠି ଦେଖିବେ ‘ବିଗ୍‌ବସ୍‌’

ବମ୍ବେ: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ଅକ୍ଟୋବର ପହିଲା ଅର୍ଥାତ ଦିନକ ପରେ ଏହା ଅନ୍‌ ଏୟାର ହେବ। ବିଶେଷକରି ଗ୍ରାଣ୍ଡ ପ୍ରିମିୟରକୁ ଦର୍ଶକେ ଶନିବାର ଏବଂ ରବିବାର ରାତି ୯.୩୦ରେ ଦେଖିପାରିବେ। ସେହିଭଳି ସୋମବାରରୁ ଶୁକ୍ରବାର ଶୋ’ ୧୦ଟାରେ ପ୍ରସାରିତ ହେବ। ସବୁଠାରୁ ବଡ କଥା ହେଲା ଓ୍ବିକେଣ୍ଡ କା ଓ୍ବାର ଶନିବାର-ରବିବାର ନହୋଇ ଶୁକ୍ରବାର-ଶନିବାର ହେବ।

ଟେଲି ପରଦାକୁ ଛାଡ଼ିଲେ ଦର୍ଶକମାନେ ଏହାକୁ ଭୁଟ୍‌ ଆପ୍‌ ନଚେତ ଏମ୍‌ଏକ୍ସ ପ୍ଲେୟାର ଭଳି ଆପ୍‌ରେ ଦେଖିପାରିବେ। ଏହାଛଡ଼ା ଜିଓ ଟିଭି ଏବଂ ଏୟାରଟେଲ ଏକ୍ସଷ୍ଟିମ୍‌ରେ ମଧ୍ୟ ଲାଇଭ୍‌ ଶୋ’କୁ ଦେଖିହେବ। ଚଳିତ ଥର ଶୋ’ରେ ପ୍ରତିଯୋଗୀ ଭାବେ ଗାୟକ ଅବ୍ଦୁ ରୋଜିକ୍‌, ର଼୍ୟାପର୍‌ ଏମ୍‌ସି ଷ୍ଟାନ୍‌, ନିମ୍ରତ କୌର, ଗୌତମ ଓ୍ବିଗ୍‌, ସୌନ୍ଦର୍ଯ୍ୟା ଶର୍ମା, ମଦିରାକ୍ଷୀ ମୁଣ୍ଡଲେ, ଶାଳିନ ଭାନୋତ ଏବଂ ଟିନା ଦତ୍ତାଙ୍କ ଭଳି କଳାକାର ସାମିଲ ହେବେ ବୋଲି କୁହାଯାଉଛି।

Share