ବିଗ୍‌ବସ୍‌ରୁ ବିଦା ହେବେ ସାଜିଦ ଖାଁ ! ସହାୟତା କରି ଫସିଲେଣି ସଲମାନ୍‌

ବମ୍ବେ: ବିଗ୍‌ବସ୍‌ରେ ଏଣ୍ଟ୍ରି କରିବାର ଦିନ କେଇଟା ନପୁରୁଣୁ ବାହାର ହେବେ ଫିଲ୍ମନିର୍ମାତା ସାଜିଦ ଖାଁ। ହୋଷ୍ଟ ସଲମାନ ଖାଁ ଏହାକୁ ସହମତି ବି ଦେଇ ସାରିଲେଣି। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି।
ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରି ସମସ୍ତଙ୍କୁ ଚମକାଇଥିଲେ ସାଜିଦ। କାରଣ ପୂର୍ବରୁ ସେ #ମିଠୁ ବିବାଦରେ ଛନ୍ଦି ହୋଇଥିଲେ। ଏହାସତ୍ତ୍ୱେ ତାଙ୍କୁ କାହିଁକି ଶୋ’ରେ ସାମିଲ କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠିଥିଲେ। ସୋସିଆଲ ମିଡିଆରେ ଶୋ’ ସାଙ୍ଗକୁ ସଲମାନ ଏବଂ ସାଜିଦଙ୍କୁ ଟ୍ରୋଲ କରାଯାଉଥିଲା।
ସଲମାନ ମଧ୍ୟ ସାଜିଦଙ୍କ ଭଉଣୀ ତଥା ବନ୍ଧୁ ଫାରା ଖାଁଙ୍କ ଅନୁରୋଧ ରକ୍ଷା କରି ଫିଲ୍ମନିର୍ମାତାଙ୍କୁ ଶୋ’କୁ ଆଣିଥିଲେ। ହେଲେ ଏହା ତାଙ୍କୁ ମହଙ୍ଗା ପଡ଼ିଥିଲା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ନଅଜଣ ମହିଳା ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ହେଁ କିଭଳି ସଲମାନ ଏପରି ଅନୁମତି ଦେଲେ ସେ ନେଇ ତାଙ୍କୁ ପଚରାଯାଇଥିଲା। ଶେଷରେ ତାଙ୍କୁ ବାହାର କରିବାକୁ ନିର୍ମାତା ରାଜି ହୋଇଥିବା ଜଣାପଡ଼ିଛି। ଗତ ସପ୍ତାହେ ମଧ୍ୟରେ ସାଜିଦ ଶୋ’ରୁ ବାଦ୍‌ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି। ଆଗାମୀ କିଛି ଏପିସୋଡରେ ତାହା ସ୍ପଷ୍ଟ ହୋଇଯିବ।
Share