‘ବିଗ ବସ୍‌’ରେ ଏଣ୍ଟ୍ରି କରିବା ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ନାଁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ । ୟେ ରିସ୍ତା କିୟା କେହଲାତା ହୈ’ରୁ ଖୁବ ଲୋକପ୍ରିୟ ହୋଇଥିଲେ ଶିବାଙ୍ଗୀ। ତେବେ ଅଭିନେତ୍ରୀ ଖତରୋ କେଁ ଖିଲାଡି-୧୨ରେ ନଜର ଆସିବେ ବୋଲି କୁହାଯାଉଛି। ହେଲେ ଏହି ସମୟରେ ‘ବିଗ ବସ୍‌’ରେ ଏଣ୍ଟ୍ରି ପାଇଁ ଶିବାଙ୍ଗୀଙ୍କ ନାମ ଆଲୋଚନାର ହେଉଛି। ତେବେ ଏହି ଚର୍ଚ୍ଚାକୁ ଅଭିନେତ୍ରୀ ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରେ ଶିବଙ୍ଗୀଙ୍କୁ ପ୍ରଶ୍ନ ପଚରାଯାଇଥିଲା କି ଆପଣ ‘ଖତରୋ କେଁ ଖିଲାଡି’ ଏବଂ ‘ବିଗ ବସ୍‌’ରେ ଏକ ଅଂଶ ହେବେ। ଏହା ଶୁଣି ଶିବାଙ୍ଗୀ କହିଛନ୍ତି, ‘ବର୍ତ୍ତମାନ ଏହି ସମୟରେ ମୁଁ ବିଗ୍‌ ବସ-୧୬ରେ ଆସିବି କି ନାହିଁ ତାହା କହିବା ଠିକ୍‌ ହେବ ନାହିଁ। ମୁଁ ଏ ବିଷୟରେ କିଛି ଜାଣି ନାହିଁ କି ପରବର୍ତ୍ତୀ ସମୟରେ କ’ଣ କରିବି ନ କରିବି ସେ ବିଷୟରେ କିଛି ଜାଣେ ନାହିଁ । କିନ୍ତୁ ଯାହା ବି କରିବି ନିଶ୍ଚୟ ଜଣାଇବି।’

Share