ଆଜିଠୁ ବିଗ୍‌ବସ୍‌ ୧୮

ମୁମ୍ବାଇ: ରିୟଲିଟି ଶୋ’ ବିଗ୍‌ବସ୍‌ର ୧୮ତମ ସିଜନ୍‌ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାତି ୯ଟାରେ କଲର୍ସ ଟିଭିରେ ପ୍ରିମିୟର୍‌ ହେବାସହ ଜିଓ ସିନେମାରେ ମଧ୍ୟ ଷ୍ଟ୍ରିମିଂ ହେବ। ଚଳିତ ସିଜନ୍‌ରେ ମଧ୍ୟ ଅଭିନେତା ସଲମାନ ଖାନ୍‌ ଏହି ଶୋ’କୁ ହୋଷ୍ଟ କରିବେ। ତେବେ ବିଗ୍‌ବସ୍‌ର ୧୮ର ଥିମ୍‌ ରହିଛି ‘ଟାଇମ୍‌ କା ତାଣ୍ଡବ’। ଶୋ’ରେ ନିର୍ମାତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଚିତ୍ତାକର୍ଷକ ଧାରଣାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଚଳିତ ସିଜନ୍‌ ପାଇଁ ବିଗ୍‌ବସ୍‌ ସେଟ୍‌ର ଡିଜାଇନ୍‌ ଜଟିଳ ଭାବରେ ପ୍ରସ୍ତୁତ ହୋଇଛି। ବିଗ୍‌ବସ୍‌ ୧୮ର ସେଟ୍‌ ଭାରତୀୟ ସଂସ୍କୃତିର ପ୍ରାଚୀନ ଗୁମ୍ଫା ଏବଂ ଦୁର୍ଗଗୁଡ଼ିକରୁ ପ୍ରେରଣା ନେଇ ଅନୁରୂପ ଭାବେ ପ୍ରସ୍ତୁତ ହୋଇଛି। ଏହି ଡିଜାଇନ୍‌କୁ ପ୍ରସ୍ତୁତ କରିବା ନିମନ୍ତେ ୪୫ ଦିନର ସମୟ ଲାଗିଥିଲା। ପ୍ରାୟ ୨୦୦ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବିଗ୍‌ବସ୍‌ର ଚଳିତ ସିଜନ୍‌ରେ ଭିଭିଆନ୍‌ ଡିସେନା, ନିୟା ଶର୍ମା, ଶୋଏବ ଇବ୍ରାହିମ୍‌, ପଦ୍ମିନୀ କୋଲ୍‌ହାପୁର, ସମୀରା ରେଡ୍ଡୀ, ସୁର୍‌ଭି ଜ୍ୟୋତି, କରନ୍‌ବୀର ମେହେରା, ଶିଳ୍ପା ଶିରୋଦ୍‌କର, କ୍ରିଷ୍ଣା ଶ୍ରଫ୍‌, ନ୍ୟାରା ବାନାର୍ଜୀଙ୍କ ଭଳି ଅନେକ ତାରକା ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସେଟ୍‌ ଭିତରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ...

ଛାଡପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟାଙ୍କ ଡାଏରୀ ଫଟୋ ଭାଇରାଲ, ମୋର ଦୁଃଖ…

ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ...

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ...

ନିଆଁ ଲଗାଇ କ୍ଷମା ମାଗିଲେ ମନ୍ତ୍ରୀ

ହାଇଦ୍ରାବାଦ: ତେଲଙ୍ଗାନାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଣ୍ଡା ସୁରେଖା ବୁଧବାର ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବିବାଦୀୟ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…

ବମ୍ବେ: ୧୯୭୩ ମସିହା ଜୁନ୍‌ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ...

୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ...

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ଉଠିଲା ଝଡ଼: ବର୍ଷିଲେ ନାଗାର୍ଜୁନ

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri